STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥ ପରଂବ୍ରହ୍ମ

ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥ ପରଂବ୍ରହ୍ମ

1 min
40


ନୀଳାଦ୍ରି ଗୋସାଇଁ ସ୍ଵୟଂ ନୀଳ-ପ୍ରିୟ

ନୀଳାଚଳ ନୀଳ-ମୟ

ନୀଳାଚଳ,ନୀଳଗିରି,ନୀଳଶୈଳ

ନୀଳମାଧବ ପ୍ରତ୍ୟୟ 

ନୀଳ ସୁନ୍ଦର, ନୀଳ କନ୍ଦର ସହ

ମହୋଦଧି ନୀଳ ସିନ୍ଧୁ

ନୀଳଚକ୍ର ଅନନ୍ତତ୍ଵ ର ପ୍ରତୀକ

ନୀଳମଣି ଭକ୍ତବନ୍ଧୁ

ନୀଳ ସିନ୍ଧୁ ତୀରେ ନୀଳାଦ୍ରିନାଥ

ଭାଇ ଭଉଣୀ ସାଥିରେ

ବିଜେ ହୋଇଛନ୍ତି ରତ୍ନ ସିଂହାସନେ

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରେ

ଭକ୍ତ ହୃଦ ମଣୀ ଭାବ ବିନୋଦିଆ

ବନ୍ଧୁ-ପ୍ରିୟ ବ୍ରଜବନ୍ଧୁ

କୃପାସିନ୍ଧୁ ଭକ୍ତବନ୍ଧୁ ଲକ୍ଷ୍ମୀ-ସାଇଁ

ଯୋଗୀ ଜନଙ୍କର ବନ୍ଧୁ


ସବୁରି ଭିଆଣ କର୍ତ୍ତା ଜଗନ୍ନାଥ

ଅନ୍ତର୍ଯ୍ୟାମୀ ପରଂବ୍ରହ୍ମ

ଶ୍ରୀମନ୍ଦିରେ ରତ୍ନ ସିଂହାସନେ ବିଜେ

କଳା-ମୁଖ ଦାରୁବ୍ରହ୍ମ 

କଳି କାଳେ ଭାଇ ଭଉଣୀ ମେଳରେ

ଜଗନ୍ନାଥ ନାମ ବହି

କାଳିଆ ସାଆନ୍ତ ଭାବେ ପରିଚିତ

ଜଗବନ୍ଧୁ ହେ ଗୋସାଇଁ

ଦାରୁବ୍ରହ୍ମ ଜଗନ୍ନାଥ ପରଂବ୍ରହ୍ମ

ଦାରୁ ହିଁ ଅକ୍ଷୟ ବ୍ରହ୍ମ

ଅପରିବର୍ତ୍ତନଶୀଳ ଅବିନାଶୀ

ସୂକ୍ଷ୍ମ ସତ୍ତା ରୂପେ ବ୍ରହ୍ମ।

ଦାରୁବ୍ରହ୍ମ ଅବିନାଶୀ ନିରାକାର

ବ୍ରହ୍ମ ଅବିନାଶୀ ତତ୍ତ୍ଵ

ସର୍ବ ତତ୍ତ୍ୱ ମଧ୍ୟେ ଶ୍ରେଷ୍ଠ ତତ୍ତ୍ଵ ସେହି

ଅନ୍ୟତମ ବ୍ରହ୍ମ ତତ୍ତ୍ଵ।

ସୃଷ୍ଟି ସ୍ଥିତି ପ୍ରଳୟ ଉତ୍ପତ୍ତି ଯେଉଁଠୁ

ସେହି ବ୍ରହ୍ମ ପରଂବ୍ରହ୍ମ

ଅଭେଦ ଭୂତ ଭବିଷ୍ୟ ବର୍ତ୍ତମାନ

ପରଂବ୍ରହ୍ମ ସ୍ୱୟଂ ବ୍ରହ୍ମ।

ସବୁ ସ୍ଥିତିରେ ସମ ନିତ୍ୟ ଆଶ୍ରୟ

ଆଧାର ଅଟଇ ବ୍ରହ୍ମ    

ଯାହାଙ୍କ ଶକ୍ତିରେ ସର୍ବ ଶକ୍ତିମାନ

କାର୍ଯ୍ୟକ୍ଷମ ସେହି ବ୍ରହ୍ମ। 

ସଗୁଣ ନିର୍ଗୁଣ ନିରାକାର ବ୍ରହ୍ମ

ସାକାର ହିଁ ଅଟେ ବ୍ରହ୍ମ

ଜଗନ୍ନାଥ ଅଟେ ସ୍ଵୟଂ ପରଂବ୍ରହ୍ମ

କଳିରେ ହିଁ ଦାରୁବ୍ରହ୍ମ।       

ଟୋପାଏ ଜଳ ବି ସମୁଦ୍ରର ଅଂଶ

ଅଛି ମହତ୍ତ୍ଵ ବିଶେଷ     

ସମଗ୍ର ବ୍ରହ୍ମ ଏକ ପୁଣି ଅଭିନ୍ନ

ମାତ୍ର ଆକ୍ଷରିକ ଅଂଶ ।    

ଦାରୁ ବିଗ୍ରହ ଅଟଇ ସୂକ୍ଷ୍ମତ୍ତମ

ଭକ୍ତଙ୍କ ପାଇଁ ଅଦୃଶ୍ୟ      

ସ୍ଥୂଳ ତଥା ଦୃଶ୍ୟମାନ ବିଗ୍ରହର

ବ୍ରହ୍ମ ହିଁ ପରିପ୍ରକାଶ ।  

ଦାରୁ ବିଗ୍ରହରେ ଥିବା ବ୍ରହ୍ମ ଅଟେ

ସତ୍ୟ ଅକ୍ଷର ପୁରୁଷ     

ଅବିନାଶୀ ଅପରିବର୍ତ୍ତନଶୀଳ 

ସତ୍ୟ ପରମ ପୁରୁଷ ।     

ବଳଭଦ୍ର ପୁରୁଷ,ସୁଭଦ୍ରା ପ୍ରକୃତି

ଜଗନ୍ନାଥ ହିଁ ପରମ      

କ୍ଷର ଅକ୍ଷର ପୁରୁଷ ସମନ୍ଵୟ 

ତହିଁ ସମ୍ଭୂତ ପରମ।

ଦାରୁବ୍ରହ୍ମ ବିଗ୍ରହ ଚୈତନ୍ୟ-ମୟ

ସଂପୂର୍ଣ୍ଣ ସଚ୍ଚିଦାନନ୍ଦ 

ଭକ୍ତି ଭାବ ଥାଇ ଦର୍ଶନ ଲଭିଲେ

ସଦା ମିଳିବ ଆନନ୍ଦ।।


Rate this content
Log in

Similar oriya poem from Drama