STORYMIRROR

Bishnupriya Panda

Drama

4  

Bishnupriya Panda

Drama

ଏମିତି ଜୀବନ

ଏମିତି ଜୀବନ

1 min
19


ପାଞ୍ଚମନ ଆଉ ପଚିଶ ପ୍ରକୃତି 

ନେଇ ଏ ଜୀବନ ବନ୍ଧା 

ତ୍ରିଗୁଣ ରଜ୍ଜୁର ବନ୍ଧନ ରେ ପଡି 

କରେ କେତେ କେତେ ଧନ୍ଦା l 


କେତେବେଳେ ଦୁଃଖ କେତେବେଳେ ସୁଖ 

କ୍ରୋଧ ଲୋଭ ମୋହମାୟା 

ହସ କାନ୍ଦ ଏହି ଦୁନିଆଁ ବୁକୁରେ 

ବେଳେବେଳେ ଆସେ ଦୟା l 


ସତ୍ୱ ଗୁଣି ସଦା ନିର୍ଭିକ ସଂସାରେ 

ରଜ ଗୁଣି ରା଼ଜ ଭୋଗ 

ତମ ଗୁଣି ସବୁ ଅଖାଦ୍ୟ ଭକ୍ଷଣ 

ଦୁର୍ଜନ ସାଥିରେ ସାଙ୍ଗ 


ଏଇ ଜୀବନକୁ ସାର୍ଥକ କରନ୍ତି 

ସତ୍ୱ ଗୁଣି ସ୍ୱପ୍ରଭାବେ 

ଦାନ ଦୟା କ୍ଷମା ସୁଗୁଣେ ଶୋଭିତ 

ଆନନ୍ଦ ଲଭନ୍ତି ଭବେ l 


ଅନିଶ୍ଚିତ ଏହି ଜୀବନଟି ଜାଣ 

ଅନୁଭବି ସତ୍ୱ ଗୁଣି 

ରଜ ତମ ଦୁହେଁ ସବୁ ଜାଣି ଶୁଣି 

ହୁଅନ୍ତି କିନ୍ତୁ ଅଜ୍ଞାନୀ l 


ଏମିତି ଜୀବନ ବଂଚିବା ତ ଆମେ 

ସତ୍ୟକୁ ପାଥେୟ କରି 

ଯଜ୍ଞ ଜପ ତପ ଧ୍ୟାନ ଓ ଧାରଣା 

ସର୍ବ ଗୁଣ ଥିବ ଭରି l 


ବଞ୍ଚିଲେ ସୁକର୍ମ ମଲେ ସ୍ୱର୍ଗ ବାସ 

ଏଇ କରମ ରୁ ହୁଏ 

ଜୀବନ ଶୈଳୀଙ୍କୁ ବଦଳାଇ ଦେଲେ 

ଜୀବ ସୁଗତି କୁ ପାଏ l 


ଆମରି ହାତରେ ଆମରି ଜୀବନ 

ରକ୍ଷା କର୍ତ୍ତା ଆମେ ତାର 

ଏପରି ଜୀବନ ଜିଇଁବା ଆସହେ 

ବାସ ହେବ ବୈକୁଣ୍ଠର l 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama