STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଘଟଗାଁ ଦେବୀ ପୀଠ

ଘଟଗାଁ ଦେବୀ ପୀଠ

1 min
13


ଘଟଗାଁ ରାଣୀ ମା'-ଦେବୀ-ଠାକୁରାଣୀ 

ହୃଦୟେ ଦେଲେ ସୁମରି

ଦୁଃଖ ହାରିଣୀ ସେ ଅଭୟ ଦାୟିନୀ

ସବୁ ଦୁଃଖ ନେବେ ହରି

ମା' ପରା ନିଜର ଜାଣେ ମନ କଥା

ପୁଣି ଚିହ୍ନିବ ସେ ପେଟ

ସନ୍ତାନର ଲୁହ ଆଉ ଭୋକ ପେଟ

ମା' ହିଁ କରିବ ଆକଟ ।


ଯେଉଁଠି ଅଛନ୍ତି ଶକ୍ତି ବିମଣ୍ଡିତା 

ସେଇ ଘଟଗାଁ ପୀଠ

ବିଶ୍ଵ ଦରବାର ପ୍ରାୟ ପରିଚିତ

ଘଟଗାଁ ଦେବୀ ପୀଠ

ଘଟଗାଁ ନାମର ଯଥାର୍ଥତା ଯେଣୁ

ଦେବୀଙ୍କ ରହିଛି ଘଟ

ଭକ୍ତଙ୍କ ମୁଖରେ ଶୁଣିବାକୁ ମିଳେ

ପ୍ରତ୍ୟକ୍ଷ ତାରିଣୀ ପୀଠ

ଚଣ୍ଡୀ,କାଳୀ,ଯୋଗମାୟା,ସରସ୍ଵତୀ

ଲକ୍ଷ୍ମୀ,ସାବିତ୍ରୀ,ଗାୟତ୍ରୀ

ଦୁର୍ଗା , ମଙ୍ଗଳା ଓ ବିମଳା ରୂପରେ

ମା' ତାରିଣୀ ହିଁ ପାର୍ବତୀ ।


ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ 

ସୀତା ବିହୁନେ ଶ୍ରୀରାମ

ପଥ ହରା ପଥଚାରୀ ସମ ଦୁଃଖ

କରିଲେ ହୃଦୟଙ୍ଗମ

ଭକ୍ତି ଭରେ ଦେବୀ ଦୂର୍ଗାଙ୍କ ପୂଜନେ

ଦେବୀ ହେଲେ ଆବିର୍ଭୁତ

ନେତ୍ର ଖୋଲି ଥରେ ଦେବୀଙ୍କ ଦର୍ଶନ

ହେଲା ଅଜ୍ଞତା ବଶତଃ

ସଙ୍କଟ ହାରିଣୀ ତାରିଣୀ ନାମରେ

ପାଷାଣରେ ପରିଣତ

କ୍ରମେ ସେଇ ପୀଠ ଘଟଗାଁ ନାମରେ

ମହିମା ଅଛି ବିଖ୍ୟାତ ।


ଇତିହାସ ଅବା କିମ୍ବଦନ୍ତୀ କଥା

ଅଛି ଅଲଗା ରୂପରେ

ପୁରୁଷୋତ୍ତମ ଦେବଙ୍କ ସେନାପତି 

ଗୋବିନ୍ଦ ଭଞ୍ଜ ନାମରେ

କାଞ୍ଚି ରାଜ୍ୟ ଭାର ଗ୍ରହଣ ସହିତ

ମା ତାରିଣୀଙ୍କ ସେବାରେ

ଆରାଧ୍ୟ ଦେବୀଙ୍କୁ ନିତି ପ୍ରତିଦିନ

ଆରାଧନା ଭକ୍ତିଭରେ

କେନ୍ଦୁଝର ଆଣି ତାରିଣୀ ଦେବୀଙ୍କୁ

ସ୍ଥାପନ କରିବା ଅର୍ଥେ

ଜଣାଇଲେ ଦୁଃଖ ପ୍ରାର୍ଥନା ଆକାରେ

ଦେବୀ ପ୍ରସନ୍ନ ତ୍ୱରିତେ 

ଅଶ୍ୱ ବାହି ଆଗେ ଗୋବିନ୍ଦ,ପଛରେ

ଦେବୀ ନୁପୁର ତାଳରେ 

କ୍ଳାନ୍ତ ଅନୁଭବେ ପଛକୁ ଚାହିଁଲେ 

ଏଇ ସେ ଘଟଗାଁ ଠାରେ 

ସର୍ତ୍ତ ଅନୁଯାୟୀ ପାଷାଣ ମୂରତି 

ଘଟ ପରିବର୍ତ୍ତନରେ 

ସେହି ଦିନ ଠାରୁ ଦେବୀଙ୍କ ଆସ୍ଥାନ

ପୂଜିତ ଘଟଗାଁ ଠାରେ ।


ଘଞ୍ଚ ଜଙ୍ଗଲରେ ଆବୃତ ସେ ପୀଠ

କ୍ରମେ ବିକଶିତ ପଥେ

ଦେବୀଙ୍କର ପ୍ରିୟ ନଡ଼ିଆ ଭୋଗ ରେ

ଚର୍ଚ୍ଚିତ ସଙ୍ଗୀତ ମତେ

ଆଦିବାସୀ ତଥା କନ୍ଧ ସମ୍ପ୍ରଦାୟ

ପୂଜକ ଦେହୁରୀ ନାମେ

ଶାବର ମତରେ ଦେବୀଙ୍କ ପୂଜନ

ଚାଲୁଅଛି କାଳ କ୍ରମେ

ଦୈନନ୍ଦିନ ପୂଜା ଆରାଧନା ସହ

ବାର ମାସେ ତେର ପର୍ବ

ସାନ ବଡ ଜାତି ପ୍ରଭେଦ ନ ଥାଇ

ଭାଇଚାରା ର ହିଁ ଭାବ ।


ଘରେ ରହି ମା' ତାରିଣୀ ସୁମରି

ହୁଏ ନଡ଼ିଆ ପ୍ରେରଣ 

ଭୟ ଭକ୍ତି ପୂର୍ଣ୍ଣ ବିଶ୍ୱାସ ସହିତ

ହୁଏ ତାରିଣୀ ପୂଜନ

ତାରିଣୀ ମା' ମୋ ଅସରନ୍ତି ଦୁଃଖ

ସହ ମନ ବିଚଳିତ

ମନ ଚାହୁଁ ଅଛି ତୋ ଦର୍ଶନ ଆଶା

ପୂରଣ ହେଉ ତ୍ୱରିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama