STORYMIRROR

lopa samal

Drama Others

4  

lopa samal

Drama Others

ଜୀବନ ମୋ ଶୂନ୍ୟ ପାତ୍ର ବିଦୁଷୀ ଲୋପା ସମଲବ୍ରହ୍ମପୁର,

ଜୀବନ ମୋ ଶୂନ୍ୟ ପାତ୍ର ବିଦୁଷୀ ଲୋପା ସମଲବ୍ରହ୍ମପୁର,

1 min
12

ଜୀବନ ମୋ ଶୂନ୍ୟ ପାତ୍ର ଭରିଅଛ ଜଗନ୍ନାଥ 

    ହେ କେଶବ କୃଷ୍ଣ ମୁରାରୀ,

ମାଗୁନାହିଁ ଧନଜନ ମାଗୁନାହିଁ ସନମାନ 

    ଦୁଃଖ ହର ହେ ଗଦାଧାରୀ ।

ଦିଅ ବାରେ ଦରଶନ ପରିପୂର୍ଣ୍ଣ ହେବ ପ୍ରାଣ

     ହେ ପାପ ହାରୀ ଭାବଗ୍ରାହୀ,

ସବୁତ ତୁମରି ଦାନ ଗୋପ ଲକ୍ଷ୍ମୀ ସ୍ବାଭିମାନ 

    ଗୁଣଦିଅ ସେ ଗୁଣଗ୍ରାହୀ।

ବନ୍ଧା ତବ ପଦ୍ମ ପାଦେ କ୍ଷଣିକ ଆୟୂଷ ମୋର 

    ମୁକ୍ତି ଦାତା ଭଗବାନ,

ନିଦ୍ରା ବିମୋହିତ ନେତ୍ରେ ଦିଅ ପ୍ରଭୁ ଦରଶନ 

   ଶାନ୍ତି ଲଭିବ ମୋ ଜୀବନ।

ତୁଣ୍ଡେ ତୁଳସୀ ର ଜଳ ମୁଣ୍ଡେ ବଡ଼ ଦାଣ୍ଡ ଧୂଳି 

   ପାଇତବ ରୂପ ଦରଶନ,

ମୁକ୍ତିଦିଅ ପିଣ୍ଡୁ ପ୍ରାଣ ଧୀରେ ଯାଉ ଜନଜୀବନ

    ଶ୍ରବଣେ ମୁରଲୀସ୍ବନ।

ଭୂଜତଳେ ରଖ ପ୍ରଭୁ ବାହୁ ତଳେ ମୋତେ ରଖ 

    ହେ ମହାବାହୁ ନିଅ ତୋଳି,

ମିଶାଇବ ମୋର ଆତ୍ମା ତୁମ୍ଭ ଆତ୍ମା ସହ

  ହେ ଜଗନ୍ନାଥ କଳା ଶ୍ରୀ ମୁଖ ।

  କୃପା କଣିକାରେ ଭରିଦିଅ ପ୍ରଭୁ 

ଜୀବନ ମୋ ଶୂନ୍ୟ ପାତ୍ର।

   ପ୍ରତିଷ୍ଠାତା, ମୁଖ୍ୟ ସଂମ୍ପାଦିକା 

   ଅମୃତ ଧାରା ଶିଶୁ ସାହିତ୍ୟ ଅନୁଷ୍ଠାନ ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama