STORYMIRROR

Papu parida

Drama Others Children

4  

Papu parida

Drama Others Children

ପରିବାର ମୋ ପରିବାର

ପରିବାର ମୋ ପରିବାର

1 min
410

ସବୁ ସଫଳତା ପଛେ ପ୍ରେରଣା

ସବୁ ବିଫଳତା ପରେ ଆଶ୍ୱାସନା।

 କେଉଁ ପୂଣ୍ୟ ଯୋଗୁଁ

     ବିଧାତା ଦେଲେ ଯେ

          ସର୍ବଶ୍ରେଷ୍ଠ ଉପହାର........

ପରିବାର ମୋ ପରିବାର


ଦୁଃଖରେ ଝରଇ ଅଶ୍ରୁ ର ଲୋତକ

ଖୁସିରେ ଫୁଟଇ ହସର ଫୁଲକ।

 ସମ୍ପର୍କର ଏକ

     ଅଭେଦ୍ୟ ପ୍ରାଚୀର

          ଗଭୀର ନିବିଡ଼ତା ର

ପରିବାର ମୋ ପରିବାର


କିଏ ଦିଏ ଢାଳି ମମତାର ମଧୁ

କିଏ ଦିଏ ଢାଳି ଆଦରର ସିନ୍ଧୁ।

 ଶ୍ରଦ୍ଧା ବି ଅତୁଟ

    ସମ୍ମାନ ଅତୁଟ

        ମର୍ତ୍ତ୍ୟରେ ସରଗପୁର

ପରିବାର ମୋ ପରିବାର


ବେଳେ ବେଳେ ମିଳେ ଆକଟ ଆଦେଶ

ବେଳେ ବେଳେ ମିଳେ ଶାସନ ସନ୍ଦେଶ।

 ଆକଟ ପଛରେ 

    ଲୁପ୍ତ ବିପଦ

        ଶାସନ ପଛରେ ସଂସ୍କାର

ପରିବାର ମୋ ପରିବାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama