ଦିନବନ୍ଧୁଙ୍କ ପାଖକୁ ଚିଠି
ଦିନବନ୍ଧୁଙ୍କ ପାଖକୁ ଚିଠି
ଭବ ତଟିନୀରୁ ଭାବ ନାଉରିଆ
କରି ଦିଅ ମୋତେ ପାରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ସୁଅ କାଟେ ପାଣି ସୁଦୀର୍ଘ ତଟିନୀ
ଡର ମାଡ଼ିଲାଣି ଭାରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ପହଁରା ଜାଣିନି ପହଁରି ପହଁରି
ପାରି ମୁଁ ହେବି କିପରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଭବ ତଟିନୀରୁ ଭାବ ନାଉରିଆ
କରି ଦିଅ ମୋତେ ପାରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଇର୍ଷା ତରଙ୍ଗରେ ଇର୍ଷାନ୍ୱିତ ହୋଇ
ଯିବି କାଳେ ମୁହିଁ ସରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଅଜ୍ଞାନ ଅନ୍ଧାରେ ଅନ୍ଧପ୍ରାୟ ମୁହିଁ
ନିଅ ମୋର ହାତ ଧରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଭବ ତଟିନୀରୁ ଭାବ ନାଉରିଆ
କରି ଦିଅ ମୋତେ ପାରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଆହୁଲାରେ ତବ ଆନ୍ଦୋଳିତ କର
ମନ ପ୍ରାଣ ଚକ୍ରଧାରୀ
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଅଧମ ପ୍ରାଣୀ ମୁଁ ଅଧିଆ ପଡୁଛି
କୋଳେଇ ନିଅ ଶ୍ରୀ ହରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଭବ ତଟିନୀରୁ ଭାବ ନାଉରିଆ
କରି ଦିଅ ମୋତେ ପାରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ପ୍ରତିକୂଳ ବାୟୁ ପ୍ରତିଦ୍ବନ୍ଦୀ ସାଜି
ଠେଲେ କୂଟାକାଠି ପରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଘୃଣା ବେଳାଭୂମି ଘୃଣ୍ୟ ଚିନ୍ତାଧାରା
ନେବ କବଳିତ କରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଭବ ତଟିନୀରୁ ଭାବ ନାଉରିଆ
କରି ଦିଅ ମୋତେ ପାରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ବେଣୁ ସଙ୍ଗୀତରେ ବେଣୁ ମାଧବ ହେ
ନୂତନ ଆଶା ସଞ୍ଚରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
କୃପାସିନ୍ଧୁ ଆହେ କୃପାମୟ ହସ୍ତୁ
ତୁମ କୃପା ଯାଉ ଝରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି ।
ଭବ ତଟିନୀରୁ ଭାବ ନାଉରିଆ
କରି ଦିଅ ମୋତେ ପାରି
ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୪)
