ଲୁହ ନଈ
ଲୁହ ନଈ
ଦୁଃଖ ଶୋକ କଷ୍ଟ ନିର୍ଯାତନା ସହି ସହି
ଜୀବନ ସଂଗ୍ରାମେ ତୀବ୍ର ଦାହ ଜାଳା ଦହି ।
ଅସ୍ତ ବ୍ୟସ୍ତ କରେ ନିତି ମୋର ପ୍ରାଣ ମନ
ସହି ନ ହୁଅଇ ଆହା ଭୀଷଣ କଷଣ ।
ଲୁହ ନଈ ବହି ଯାଏ ନୟନୁ ଲୋତକ
ନୟନରେ ନ ହୁଅଇ ଅନାଇ କାହିଁ ତ ।
ତୀବ୍ର ତର ଦାହ ପୀଡ଼ା ପିଡୀତ ଜୀବନ
ଲୁହ ନଈ ତ୍ସୋତ ନିତ୍ୟ ଛୁଟେ ଘନ ଘନ ।
ମନ୍ଦ୍ର ନାଦେ ମୁଖ ରିତା ଜୀବନ ପୁରବୀ
ଲୁହର ଜୁଆର ମାଡି ଆସୁଛି ପୂର୍ଣ୍ଣମୀ ।
ଆହା କି ହତାଶ ଭରା କରୁଣ୍ୟ ଲହରୀ
ପ୍ରବାହିତ ହୁଏ ଦୃତ ବହେ ଲୁହ ନଈ ।
ନାନା ବାଧା ବିଘ୍ନ, ସଂଘର୍ଷ, ସଂଗ୍ରାମ
ଲାଗି ରହିଅଛି ଯେତେ ଉତ୍ଥାନ ପତନ ।
ଝଡ ଝାଞ୍ଜି ବାତ୍ୟା ବଢ଼ି ବଢ଼ି ସଢ଼ି ସଢ଼ିି
ଅବିରତ ସମସ୍ୟା ର ସାଥେ ଲଢି ଲଢ଼ି ।
ନୟନ ରୁ ବହି ବହି ଚାଲେ ଲୁହ ନଈ
କେଡେ ଦୁର୍ବିସହ ବ୍ୟଥା ଭାର ଭରା ଏଇ ।
