କାଶତଣ୍ଡୀ ହସେ ପ୍ରକୃତି କୋଳରେ
କାଶତଣ୍ଡୀ ହସେ ପ୍ରକୃତି କୋଳରେ
ସତେ ରାଜ ହଂସଯୂଥ ସମ କାଶ ତଣ୍ଡୀ ଫୁଲ ବଣ ଶୋଭା
ଶରତ ଆଗମେ ଶୁଭ୍ର ଚାମର ୟେ ପ୍ରକୃତି ଢାଳଇ କିବା
ଐକାନ୍ତିକ ରୂପ ଅବର୍ଣ୍ଣନୀୟ ୟେ ଦୃଶ୍ୟ
ପଥରେ ପଥିକ ହୁଅଇ ମୋହିତ ପ୍ରକୃତି ମହାର୍ଘ ବେଶ ।।
ଏ ଅମୃତ ମୟ ଶୁଭ୍ର ଜ୍ୟୋତିର୍ମୟ ଅପରୂପ ଵର୍ଣ୍ଣ ବିଭା
ଦେଖି ଅଳକା ଭୂବନ ଜନ ମନ ଆକର୍ଷେ କି ମନଲୋଭା
ସୁକାନ୍ତି କାନ୍ତି ଧରିତ୍ରୀ ଦେବୀ ଶୃଙ୍ଗାୟିତ
ଅପୂର୍ବ ରୂପରେ ହୃଦ ସିଂହାସନେ ଦେବୀଙ୍କୁ କରେ ସ୍ଵାଗତ ।।
ଶୁଭ୍ର ଚଦର କି କାଶ ଫୁଲ ଝସ ଝଲସି ଉଠେ ଧରିତ୍ରୀ
ରତ୍ନ ଗିରି ଶୃଙ୍ଗେ ବିଜୟ କରିବେ ଦଶଭୂଜା ଜଗଧାତ୍ରୀ
ସରେ ଅରବିନ୍ଦ ବାସ ଚହଟା ତା ରୂପ
ପଦ୍ମାଳୟା ବିଜେ କାଶ ରାଜ ହଂସେ ବାଣୀ ହୋଇଲେ ପ୍ରଲୁବ୍ଧ ।।
ଆକାଶେ ଭାସଇ ତୁଳାଭିଣା ଶୁଭ୍ର ଅଭ୍ର ମାଳା ଦୃଶ୍ୟ ଦେଖି
ମୟୂର ନୃତ୍ୟ ରେ ମୋହିତ ସେନାନୀ ପହଞ୍ଚି ଗଲେଣି ଆସି
ଏ ସବୁ ଦେଖିଣ ଇନ୍ଦୂର ବାହାନେ ବସି
ଯୋଧ୍ରୁ ବେଶେ ଦ୍ଵୈମାତୁର ରତ୍ନ ଗିରି ରେ ବିଜେ ହେଲେଣି ଆସି ।।
ମାରିବେ ମହିଷା ହସିବ ୟେ ରସା ଶୁଭ୍ରତା ମଙ୍ଗଳ ରଙ୍ଗ
ରଙ୍ଗେ ରଙ୍ଗାୟିତ ହୋଇଛି କାଶ୍ୟପୀ ଷ୍ଫୁରଇ ମଙ୍ଗଳ ଗୀତ
ଉତ୍ତର ଦିଗରୁ ପ୍ରବାହିତ ଶୀତ ବାତ
ଶରତ କାକର ବିନ୍ଦୁ ରୂପା ଜହ୍ନ ମାତୃ କୃପାରେ ମୋହିତ ।।
କରିଛି ଅବନୀ ଦେଖରେ ସଜନୀ କାଶଫୁଲେ କେତେ ମାୟା
ଭକତି ଜାଲରେ ବାନ୍ଧିଛି ପୃଥ୍ଵୀକୁ ଦେବାତା ହୋନ୍ତି ବାଇଆ
ଶରତ ରାଣୀର ଏ ଅମୂଲ୍ୟ ଉପହାର
ପାଇଁ କବିକୁଳ ହୁଅନ୍ତି ଅଧୀର ଲେଖନୀ ଚଳ ଚଞ୍ଚଳ ।।