STORYMIRROR

Subrat Malik

Drama Tragedy

3  

Subrat Malik

Drama Tragedy

ବଡ଼ ପୁଅ

ବଡ଼ ପୁଅ

1 min
188

ବୟସ ଅଠର ଛୁଉଁ ଛୁଉଁ

ସାବାଳକ ହେଉ ହେଉ

ଭୋଟର କାର୍ଡ଼ରେ ନାମ ଚଢ଼ୁ କି ନ ଚଢ଼ୁ

ମୁଣ୍ଡରେ ମୁଣ୍ଡାଏ ଯେଟୋ

କେଇ ଭର୍ତ୍ତି ଅଦୃଶ୍ୟ ଚିନ୍ତା କାନ୍ଧରେ କାନ୍ଧାଏ

ଯେପଣ ପଣ ଦାୟିତ୍ୱର ବିଡ଼ା

ସିଏ ପରା ଘରର ବଡ଼ ପୁଅ ।।

ଭଉଣୀର ବାହାଘର ସାନ ଭାଇ ପାଠ ପଢ଼ା

ବାପାଙ୍କ ଔଷଧ କିଣା

ମାଆର ଯେ ନାନା କଥା ବୁଝୁ ବୁଝୁ

ଭାଗ୍ୟ ପାଖେ ବିନା ଦଲିଲରେ

ସେ ବନ୍ଧା ପକାଏ ନିଜ ଶୈଶବରୁ

କୈଶୋରର କଞ୍ଚା ପାକଲା ସ୍ୱପ୍ନ ଯେତକ ।।

ସ୍ୱାଭିମାନେ ବଞ୍ଚେ ବୋଲି

ଭୋକ ସହ ବାନ୍ଧେ ବନ୍ଧୁତା ଅଭାବି

ପଣର ସ୍ୱୀକାର କରେ ବଶ୍ୟତା

ନିଜ ଗୋଡ଼େ ଠିଆ ହେବ ବୋଲି

ସମୟ ସାଥିରେ କରେ ପ୍ରତିଯୋଗିତା

ଜିତିବା ହାରିବାର ଉର୍ଦ୍ଧ୍ବରେ ବଞ୍ଚେ ସେ

ଶୂନ୍ୟେ ଭରି ଲମ୍ବା ଉଡ଼ାଣ ।।

ବଞ୍ଚେ ନାହିଁ ନିଜ ପାଇଁ

ଖାଲି ଯାହା ଅନ୍ୟ ପାଇଁ

ପ୍ରତି ମୁହୂର୍ତ୍ତରେ ସାଲିସ କରେ

ହାତେ ମାପି ଚାଖଣ୍ଡେ ଚାଲେ

ଇଚ୍ଛା ହେଲେ କେବେ କେବେ

ନିଜ ସାଥେ ଛାୟା ଯୁଦ୍ଧ କରେ ।।

ନିଜ ଆଶା ଅଭିଳାଷାର ତଣ୍ଟି ଚିପି

ଜୀଇଁଥାଏ ଦିବା ନିଶି

ପଞ୍ଚଭୂତେ ଦେହ ବିଲୀନ ପର୍ଯ୍ୟନ୍ତ

ଦୁଃଖେ ଯେତେ ଥାଇ ମଧ୍ୟ

କୃତ୍ରିମ ହସ ଦିଏ ମୁହଁ ସାରା ଲେସି 

ଦୁନିଆକୁ ଜଣାଇବା ପାଇଁ

ସେ ଭାରି ଭଲେ ଅଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama