ତୋ....
ତୋ....
ତୋ ଦେହ ଚମକେ ଚାନ୍ଦିନୀ ଚମକେ ହଳଦୀମା ଦିଶେ କ୍ଷେତ...
ତୋ ଦେହ ମହକେ ମଳୟ ମହକେ ହେନା ମଲ୍ଲୀ ପାରିଜାତ...।।
ତୋ ଲାଜେ ଝାଉଁଳେ ଲାଜକୁଳୀ ଲତା ନବବଧୂ ନବବେଶ..
ତୋ ଲାଜେ ଦୀପାଳିଯାଏ ଫିକା ପଡିଜହ୍ନ ହୁଏ ଉପହାସ...।।
ତୋ କୁଆଁରୀ ପରଶ ପ୍ରାପ୍ତେ ଭ୍ରମବର ଫୁଲକୁ ବି କରେ ପର...
ତୋ ପରଶେ ତଟିନୀ ହୁଏ ସ୍ରୋତସ୍ୱିନୀ ଛାଡି ତା ଆଳସ ବେଶ..।।
ତୋ ଆଖି ଖୋଲିଲେ ହୁଏ ସୂର୍ଯ୍ୟୋଦୟ ମୁଦି ଦେଲେ ହୁଏ ଅସ୍ତ...
ତୋ ଆଖି ନୀଳରେ ଆକାଶ ନିଳୀମା ଆଉ ସାଗରର ବକ୍ଷ..।।
ତୋ ଓଠ ରଙ୍ଗରେ ଗୋଲାପ ପାଖୁଡା ନିଇତି ହୁଅଇ ସଜ...
ତୋ ଓଠ ନିଶାରେ ପ୍ରେମୀ ମତୁଆଲା ବଢ଼େ ତା ଯୌବନ ଶୋଷ ...।।
ତୋ ନାଁ ଧରି କାହାଣୀ, କବିତା କେତେ ଯେ ହୁଅଇ ଲେଖା...
ତୋ ନାଁ ନେଇ ପୁଣି ମନ୍ଦିରରେକେ ଜାଳେ ଦୀପ ସଳିତା ।।

