STORYMIRROR

Subrat Malik

Romance Action

3  

Subrat Malik

Romance Action

ଦସ୍ତଖତ

ଦସ୍ତଖତ

1 min
160

ମୋର ଏ ବାଳୁଆ ଛାତିରେ

ତୁମ ନାଲି ଓଠର ସେ ଦସ୍ତଖତ

ଆଜି ବି ଦିଶୁଛି ସ୍ପଷ୍ଟ

କାଚକେନ୍ଦୁ ପାଣିରେ

ପ୍ରତିବିମ୍ବ ପରି ।।

ଦେହରୁ ବୋହିଆସୁଥିବା ଝାଳକୁ

ବି ଅନୁମତି ଦେଇନି

ତା'କୁ ଟିକେ ଛୁଇଁବାକୁ

କାଳେ ସିଏ ଲିଭିଯିବ ବୋଲି

ହୁଏତ କାଲି ତୁମେ ପୁଣି 

ଫେରିଆସି ମୋରି ପାଖକୁ

ମାଗି ପାର ଆମ ସଂପର୍କର ପ୍ରମାଣ

ସେତେବେଳେ ଯାଏ ସିଏ

ଅକ୍ଷତ ଓ ସୁରକ୍ଷିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance