ଝରା ଶେଫାଳି
ଝରା ଶେଫାଳି


ଗୋଟିଏ ରାତିର ଆୟୁଷକୁ ନେଇ
ଗହନ ଅନ୍ଧାରେ ଫୁଟେ,
ପୂରୁବେ ସୂରୁଜ ଉଇଁବା ଆଗରୁ
ଭୁଇଁରେ ପଡ଼ି ସେ ଲୁଟେ ,
ଧବଳ ଶରୀରେ ମଧୁର ବାସ ତା
କୋଟି ମନ କିଣି ନିଏ,
ଅଳପ ସମୟ ଜୀବନ ଜାଣି
ବିକେତେ ଯେ ଆନନ୍ଦ ଦିଏ ।।
ନିଜର ତୁଳନା କରେ ନାହିଁ
କେବେଅନ୍ୟ ଫୁଲଙ୍କର ସାଥେ,
ସେଥିପାଇଁ ସଦା ହରଷେ ବଞ୍ଚଇ
ଆସେ ନାହିଁ କାହା ହାତେ ।।
ଆକାରରେ ସିନା ହୋଇପାରେ ଛୋଟ
ମୂଲ ତା ଅମୂଲ ମୂଲ,
ସଭିଙ୍କର ସିଏ ଅତି ଆପଣାର
ନାମ ତା ଶେଫାଳି ଫୁଲ ।।