STORYMIRROR

Subrat Malik

Inspirational Children

3  

Subrat Malik

Inspirational Children

ଝରା ଶେଫାଳି

ଝରା ଶେଫାଳି

1 min
220

ଗୋଟିଏ ରାତିର ଆୟୁଷକୁ ନେଇ

ଗହନ ଅନ୍ଧାରେ ଫୁଟେ,

ପୂରୁବେ ସୂରୁଜ ଉଇଁବା ଆଗରୁ

ଭୁଇଁରେ ପଡ଼ି ସେ ଲୁଟେ ,

ଧବଳ ଶରୀରେ ମଧୁର ବାସ ତା

କୋଟି ମନ କିଣି ନିଏ,

ଅଳପ ସମୟ ଜୀବନ ଜାଣି

ବିକେତେ ଯେ ଆନନ୍ଦ ଦିଏ ।।

ନିଜର ତୁଳନା କରେ ନାହିଁ

କେବେଅନ୍ୟ ଫୁଲଙ୍କର ସାଥେ,

ସେଥିପାଇଁ ସଦା ହରଷେ ବଞ୍ଚଇ

ଆସେ ନାହିଁ କାହା ହାତେ ।।

ଆକାରରେ ସିନା ହୋଇପାରେ ଛୋଟ

ମୂଲ ତା ଅମୂଲ ମୂଲ,

ସଭିଙ୍କର ସିଏ ଅତି ଆପଣାର

ନାମ ତା ଶେଫାଳି ଫୁଲ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational