Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Malik

Fantasy

3  

Subrat Malik

Fantasy

ଯେଉଁଠି, ସେଇଠି

ଯେଉଁଠି, ସେଇଠି

1 min
166


ଧର୍ମାନ୍ତରୀକରଣକୁ ଯେଉଁଠି ମିଳେ 

ଶାସକଙ୍କ ଭିତିରିଆ ପ୍ରୋତ୍ସାହନ-

ଭୋଟ ବ୍ୟାଙ୍କ ସୁରକ୍ଷିତ ପାଇଁ ଅର୍ଥର ସୁଅ ଛୁଟେ

ବାହାର ଦେଶରୁ ବାହୁବଳ ମିଳିଯାଏ

ଦେଶର ଭିତରୁ ସଂଖ୍ୟାଗରିଷ୍ଠଙ୍କୁ କରିବାକୁ ସଂଖ୍ୟାଲଘୁ

ଖୋଲମଖୋଲା ରୀତିମତ ଚାଲେ ଯୋଜନାବଦ୍ଧ ଷଡ଼ଯନ୍ତ୍ର 

ସେଇଠି ହିଁ ତ ଘର ଏ ଧର୍ମ ନିରପେକ୍ଷତାର ।।ଯେଉଁଠିସବୁ ଜାଣି ବି ଚୁପ ରୁହନ୍ତି

ତଥାକଥିତ ବୁଦ୍ଧିଜୀବି, ବୋଲକରା ଗଣମାଧ୍ୟମ 

ଚାଟୁକାର ପ୍ରଶାସନ ବିବିଧ ଆଗଧାଡ଼ି ସଙ୍ଗଠନ,

ସେମାନଙ୍କ ପକେଟ ଗରମ ହୁଏ ବୋଲି

ରୌଦ୍ର କି ନିଆଁ ତାପ ବିନା ଏ ଧର୍ମ ଫର୍ମରୁ

କଣ ପେଟ ପୂରିବ ଯେ !

ସୁଖଦ ଭବିଷ୍ୟତ ନାମେ କ'ଣ ଗୋଟେ ଜିନିଷ ଅଛି ନା

ସେଇଠି ହିଁ ତ ଘର ଏ ଧର୍ମ ନିରପେକ୍ଷତାର ।।

ଯେଉଁଠି ଗରିବ ଆଦିବାସୀ ଓ ଦଳିତମାନଙ୍କୁ 

ଦିନରେ ତାରା ରାତିରେ ସୂର୍ଯ୍ୟ ଦେଖାଇ

ସେମାନଙ୍କ ସରଳତା, ଅଜ୍ଞାତର ସୁଯୋଗ ନେଇ

ବିଶ୍ୱାସରେ ଦିଆଯାଏ ବିଷ

ସେଇଠି ହିଁ ତ ଘର ଏ ଧର୍ମନିରପେକ୍ଷତାର ।।

ଯେଉଁଠି ଧର୍ମ ଆଧାରରେ ବିଭାଜନ କରାଯାଏ ଦେଶ

ଗୋଟିଏକୁ କରି ଧର୍ମ ନିର୍ଦ୍ଦିଷ୍ଟ, ଅନ୍ୟଟିକୁ ବିବିଧତା ଭିତ୍ତିକ

ସେଇଠି ହିଁ ତ ଘର ଏ ଧର୍ମ ନିରପେକ୍ଷତାର ।।


Rate this content
Log in

Similar oriya poem from Fantasy