STORYMIRROR

Subrat Malik

Tragedy Action Fantasy

3  

Subrat Malik

Tragedy Action Fantasy

2021 ଓ କରୋନା

2021 ଓ କରୋନା

1 min
199

ଦୁଇ ହଜାର ଏକୋଇଶି ଏଇ ଏଇ ଆସିଥିଲା ଦେଖୁ ଦେଖୁ ଚାଲିଗଲା କିନ୍ତୁ ବିଦାୟ ନେଉ ନେଉଛାଡ଼ି ଦେଇଗଲା ମନର ସିନ୍ଧୁକ ତଳେ ଅସୁମାରୀ ସ୍ମୃତିର ସନ୍ତକ ହେଉ ଅବା ତାହା ଖଟା ମିଠା ସିକ୍ତ ।


କରୋନାର ଦ୍ଵିତୀୟ ଲହରୀଦେଇଥିଲା ଅନେକ ଯନ୍ତ୍ରଣାକି ଧନୀ କି ଗରିବ ସହିଥିଲେ ମୃତ୍ୟୁର ବେଦନା ।


ଦେଶରେ ଆରମ୍ଭ ବି ହୋଇଥିଲା ଅଠରରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମାଗଣାରେ ଦୁଇ ଡୋଜ ଟୀକାଦାନ,କିଛି ଦିନ ରଖି ବ୍ୟବଧାନଏମିତି ଚାଲିଥିଲା ମହାମାରୀ ସାଥେ ଲମ୍ବା ଲଢ଼େଇର ପ୍ରସ୍ତୁତି ଜନତାଠୁ ନେତା ଯାଏ ଦେଇଥିଲେ ନିଜ ଅବଦାନ ।


ଶେଷରେ ଜିତିଲେ ଜନତା, ଜିତିଲା ଦେଶକରୋନାର ପ୍ରକୋପ ହେଲା, ଧୀରେ ଧୀରେ ହ୍ରାସସଭିଙ୍କ ମୁଖର ଧାରେ,ଖେଳିଗଲା ହସ କ୍ୟାଲେଣ୍ଡର କହିଲା କାନ୍ଥରେ ବିଦାୟ ଦିଅ ଗୋ ମୋତେପାଖେଇ ଆସିଲାଣି ଆଉ ଏକ ନବ ବର୍ଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy