STORYMIRROR

Subrat Malik

Fantasy Others

3  

Subrat Malik

Fantasy Others

କେହି ଜଣେ

କେହି ଜଣେ

1 min
117

କେହି ଜଣେ ନିଶ୍ଚିତ ଆସିବ 

ହୃଦୟର ରୁଦ୍ଧ ଦ୍ୱାର ଖୋଲି ,

ରହିବାର ପ୍ରୟତ୍ନ କରିବ ।।

କୈଶୋରବସ୍ଥାର ଆଗମନ ସାଥେ,

ଆଜି ନ ହେଲେ ବି କାଲି ,

ବେଳ କାଳ ମାପି ଚୁପି 

ତିଥି ବାର ନକ୍ଷତ୍ର ଦେଖି ,

ସୌନ୍ଦର୍ଯ୍ୟର ସମ୍ମୋହିତ ତାବିଜକୁ 

ଆଖିର ଇସାରାରେ ଅଭିମନ୍ତ୍ରିତ କରି

ବୟସର ମାତାଲି ପଣକୁ ଗୋଟା ପଣେ ଜାବୁଡି ରଖି

ଯୌବନର ଲହଡିମାଳକୁ ଦେହ ସାରା ମାଖି 

ରକ୍ତିମ ବର୍ଣ୍ଣରେ ଅଧିଷ୍ଠିତ ମହୁଆ ଅଧର ଧାରେ 

ସକଳ ତୃଷ୍ଣାକୁ ବାନ୍ଧି ସ୍ମିତହାସ୍ୟର ଇନ୍ଦ୍ରଜାଲ ବୁଣି 

କେହି ଜଣେ ନିଶ୍ଚିତ ଆସିବ ।।

ପତଳା ନିଦ କିଆରିରେ ଖିଆଲି ସ୍ବପ୍ନମାନ ବୁଣିବାକୁ 

ଭାବନା ରାଇଜେ ଡୁବି ରହିବାର କାରଣଟେ ସାଜିବାକୁ

ଆଉ ଧୀର ସ୍ଥିର ମନକୁ

ଚଞ୍ଚଳ ଓ ଆନମନା କରିବାର ପ୍ରତିଶ୍ରୁତି ଦେଇ 

ନେପଥ୍ୟ ନାୟିକାଟେ ସାଜିବାକୁ 

କେହି ଜଣେ ନିଶ୍ଚିତ ଆସିବ ।।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Fantasy