Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhat Kumar Mallick

Drama

3  

Prabhat Kumar Mallick

Drama

ଛନ୍ଦା ଚରଣ

ଛନ୍ଦା ଚରଣ

1 min
179



ତବ ଛନ୍ଦା ଚରଣେ କରେ ପ୍ରଣତି 

   ଦୟା କରିଥିବେ ମୋତେ, 

ଏ ଭବ ସାଗରୁ ପାରିହେବା ଲାଗି 

   ନିତି ଭଜୁଅଛି ତୋତେ ।


ଧନ,ମାନ ଆଉ ଉଚ୍ଚ ସନମାନ 

  କିଛି ଲୋଡାନାହିଁ ମୋତେ ,

ବିପଦ ବେଳରେ ସାହା ମୋର ହେବୁ 

  ଗୁହାରି କରୁଛି ତୋତେ ।


ପର ଉପକାରେ ଦିନ ମୋର ବିତୁ

   ତୁମକୁ କରେ ମୀନତି ,

ହିଂସା,ବାଦ, ଇର୍ଷା ଗର୍ବ, ଅହଙ୍କାର 

   ନ ଆସୁ ମୋହର କତି ।


ପରନିନ୍ଦା ଆଉ ପରଚର୍ଚ୍ଚା ପରି 

  ଘୃଣ୍ଯକାମ ଠାରୁ ମୋତେ ,

ଦୂରେଇ ରଖିବ ଆହେ ମହାପ୍ରଭୁ 

   ଜଣାଉଛି ଜୋଡ ହସ୍ତେ ।


ଜୀବ ଥିବାଯାଏ ତୁମ୍ଭ ଗୁଣ ଗାନ 

    ତୁଣ୍ଡ ମୋର କରୁଥାଉ, 

ତୁମ୍ଭ ଆଶୀର୍ବାଦେ ଏ ମର୍ତ୍ତ୍ୟ ମଣ୍ଡଳୁ 

    ଜୀବ ମୋର ଚାଲିଯାଉ ।

    

ଛନ୍ଦା ଚରଣରେ ଧ୍ୟାନ ମୋର ରହୁ 

    ନ ହୁଏ ମୁଁ ଆନମନା, 

ଏତିକି ମାତର ଦୟା କରିଥିବ 

    କେହିନାହିଁ ତୁମ୍ଭ ବିନା ।



Rate this content
Log in

Similar oriya poem from Drama