Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhat Kumar Mallick

Children

4  

Prabhat Kumar Mallick

Children

ଶିଶୁ ସମ୍ବଳ

ଶିଶୁ ସମ୍ବଳ

1 min
314



ଶିଶୁଟିଏ ବୋଲି ଭାବନାହିଁ ତାକୁ

 ଶିଶୁ କେବେ ନୁହେଁ ନିଃସ୍ବ ,

ଶିଶୁଟି ଭିତରେ ଲୁଚି ରହିଅଛି 

    ଏକ ଏକ ମହାବିଶ୍ବ ।


ଶିଶୁର ସୁରକ୍ଷା ଆମରି ଦାୟିତ୍ବ 

  ଏଥିରେ ହେଳା ନକର ,

ଆଗାମୀ କାଲିର ଭବିଷ୍ୟତ ସିଏ

  ସମ୍ବଳ ସିଏ ଆମ୍ଭର ।


ଉତ୍ତମ ଭାବରେ ସ୍ନେହ, ଶ୍ରଦ୍ଧା ଦେଇ

   ପାଳିବା ଆମେ ଶିଶୁଙ୍କୁ, 

ଉତ୍ତମ ସଂସ୍କାର ଶିକ୍ଷା ଦେଇ ପୁଣି 

  ବଢାଇବା ଆମେ ତାଙ୍କୁ ।


ଶିଶୁ ଶ୍ରମିକ ଓ ଦାସତ୍ବ ପ୍ରଥାରୁ 

  ମୁକୁଳାଇ ଦେଲେ ତାଙ୍କୁ ,

ବଡ ହୋଇ ସିଏ ବଢାଇବେ ଆମ

   ମାନ ,ଯଶ ,ମହତକୁ ।


ଲକ୍ଷ ଲକ୍ଷ ଶିଶୁ ଖାଦ୍ଯ ଅଭାବରୁ

   ଉପାସରେ ମରୁଛନ୍ତି, 

ତାଙ୍କ ମୁଖେ ଯଦି ଦାନା ମୁଠେ ଦେବା

   ଈଶ୍ବର ହୋଇବେ ଶାନ୍ତି ।


ଅନେକ ଶିଶୁଯେ ଯୌନ ଉତ୍ପୀଡ଼ନେ

    ନାନା କଷ୍ଟ ଭୋଗୁଛନ୍ତି, 

ନର ରୂପୀ ରାକ୍ଷସ କବଳୁ ତାଙ୍କୁ

   କରାଇବା ଆମେ ମୁକ୍ତି ।


ହେଉ ସିଏ କନ୍ଯା ଅବା ଶିଶୁ ପୁତ୍ର 

   ସଭିଏଁ ସମାନ ଜାଣ, 

ଉଭୟେ ଆମରି ଆବଶ୍ୟକ ନିଶ୍ଚେ

   ଏକଥା ଭୁଲ୍ ନ ମଣ

   ଏକଥା ଭୁଲ୍ ନ ମଣ ।।।



Rate this content
Log in

Similar oriya poem from Children