Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhat Kumar Mallick

Tragedy

4  

Prabhat Kumar Mallick

Tragedy

ଅହଙ୍କାର

ଅହଙ୍କାର

1 min
274


ଅହଙ୍କାର ଅଟେ ମନୁଷ୍ଯ ଜୀବନେ

    ଗୋଟିଏ ପରମ ଶତ୍ରୁ, 

ତା'କୁ ଯେଉଁ ନର ଆପଣାଇ ଥାଏ 

    ଅକାଳେ ବରେସେ ମୃତ୍ଯୁ ।


ମୁଁ ଆଉ ମୋର କହି କହିକି ଆମେ

    ଉଡାଉ ଆମରି ବାନା, 

ସଭିଙ୍କ ସମ୍ମୁଖେ ଦେଖେଇବା ଲାଗି 

    କରୁ ଅନେକ ଯୋଜନା ।


ଆଉ କେହି ନାହିଁ ମୋର ଠାରୁ ବଡ 

     ମୁହିଁତ ଅଟେ ଗରିଷ୍ଠ ,

ମୋର ଠାରୁ ଏଠି ସଭିଏଁ ତ ଛୋଟ 

     ସର୍ବେ ଅଟନ୍ତି କନିଷ୍ଠ ।


ଏହିପରି ବୁଝେ ଅହଙ୍କାରି ଜନ 

   ଗର୍ବ ରଖିସେ ମନରେ ,

ଖାତିର୍ କରେନି ଅନ୍ଯ କାହାକୁ ସେ 

   ନିଜ ବୁଦ୍ଧି ଅଭାବରେ ।


ମନୁଷ୍ଯ ପାଇଁକି ଶୁଭଙ୍କର ନୁହେଁ 

    ଗର୍ବ ଆଉ ଅହଙ୍କାର ,

ପୋଡି ଜଳି ସିଏ ପାଉଁଶ ହୋଇବ 

    ସବୁ ହେବ ଛାରଖାର ।


ଧନ ଜନ ବଳ ସବୁତ ଅସାର 

   ବିଭୁଙ୍କ କୃପା ନଥିଲେ ,

ଅହଙ୍କାର ଛାଡି ସରଳ ହୋଇଲେ 

   ବିଭୁ କୃପା ଦେବେ ଭଲେ ।


Rate this content
Log in

Similar oriya poem from Tragedy