STORYMIRROR

Alhadini Panigrahi dash

Tragedy

3  

Alhadini Panigrahi dash

Tragedy

ନାରୀ ଓ ସଂଘର୍ଷ

ନାରୀ ଓ ସଂଘର୍ଷ

1 min
360

ମା ପେଟର ଅନ୍ଧାରୁଆ କୋଠରୀରୁ

ମୂଳଦୁଆ ପଡେ....

ମୋର ସଂଘର୍ଷମୟ ଜୀବନର 

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵର ସଂପର୍କ ଭଳି

ନାରୀ ଓ ସଂଘର୍ଷର ସଂପର୍କ ଅତି ନିବିଡ ..

ଜନ୍ମରୁ ମରଣ ପର୍ଯ୍ୟନ୍ତ 

ଭୂମିଷ୍ଠ ହେଲା ପରେ...

ହସିବା ଠାରୁ ଗୁରୁଣ୍ଡିବା ପର୍ଯ୍ୟନ୍ତ ...ସଂଘର୍ଷ 

ପ୍ରୁଥିବୀ ରେ ପହିଲି ପାଦ ପକାଇବା ପାଇଁ ପଡି,ଉଠି,ଝୁଣ୍ଟି,ସଂଘର୍ଷ କରିଚାଲେ ଅହରହ 


କଂଚା ମାଂସଭକ୍ଷୀଙ୍କ ସଇତାନ ଆଖିରୁ

ନିଜର ଇଜ୍ଜତ ବଂଚାଇବା ପାଇଁ ସଂଘର୍ଷ କରୁକରୁ...

ମୋ କୁମାରୀ ଜୀବନର ଇତି ହୁଏ ...

ଇତିରୁ ଆରମ୍ଭ ହୁଏ ପୁଣି ଏକ ସଂଘର୍ଷମୟ ଜୀବନ 

ନିଜକୁ ଆଦର୍ଶ ବୋହୁ ପ୍ରମାଣିତ କରିବା ପାଇଁ ...

ଯୌତୁକ ରାକ୍ଷସ ଠୁ ନିଜକୁ ବଂଚାଇବା ପାଇଁ

କର୍ମକ୍ଷେତ୍ର ରେ ,ପରିବାର ରେ ସମନ୍ୱୟ ରକ୍ଷା ପାଇଁ

ସଂଘର୍ଷ କରୁ ,କରୁ ମୁଁ ଥକିପଡେ...


କିନ୍ତୁ ଥକାପଣ ଧରା ପଡିଗଲେ ଯେ....

ଆଦର୍ଶ ବୋହୁ ହୋଇ ହୁଏନାହିଁ 

ସେଥିପାଇଁ ସଂଘର୍ଷ କରିବାକୁ ହୁଏ ଦିନରାତି 

ସଂଘର୍ଷ କରୁକରୁ କେତେବେଳେ ବିତିଯାଏ ...

ଜଣା ପଡେନି ...ଜୀବନର ସୁବର୍ଣ୍ଣ ମୁହୂର୍ତ୍ତଗୁଡିକ ...


ନିଜକୁ ଆଦର୍ଶ କନ୍ୟା, ବୋହୁ, ପତ୍ନୀ, ମା ଓ ଶାଶୁରୂପେ

ପ୍ରମାଣିତ କରିବା ପାଇଁ ବାରବାର,ବାରମ୍ବାର ....

କରିଚାଲେ ସଂଘର୍ଷ ...

କେତେବେଳେ ନିଜ ଇଚ୍ଛା ସହିତ ତ କେବେ ସମାଜର ନିୟମ ସହିତ..

ଜୀବନର ଅନ୍ତିମ ପର୍ଯ୍ୟାୟରେ ବି ...

ସ୍ବାମୀ ସେବାପାଇଁ ନିଜକୁ ସୁସ୍ଥ ରଖିବା ପାଇଁ ସଂଘର୍ଷ ...

ସତରେ..........

ଜୀବନରୁ ମ୍ରୁତ୍ୟୁ ପର୍ଯ୍ୟନ୍ତ କେବଳ ସଂଘର୍ଷ ..ସଂଘର୍ଷ ..ଆଉ ସଂଘର୍ଷ .....

କାରଣ ............

ମୁଁ ନାରୀଟିଏ 



Rate this content
Log in

Similar oriya poem from Tragedy