STORYMIRROR

Biswanath Nayak

Tragedy Inspirational

3  

Biswanath Nayak

Tragedy Inspirational

ଝଡା ପତର

ଝଡା ପତର

1 min
374


ଝଡା ପତର ମୁଁ

ଉଡି ଉଡି ଯାଏ

ଜାଣେନା ନିଜ ଠିକଣା,

ପବନରେ ଉଡି

ପଡିବି କେଉଁଠି

ତାହା ନାହିଁ ମୋତେ ଜଣା। 

କାଲି ମୁହିଁ ଥିଲି

ସବୁଜ ସୁନ୍ଦର

ପାଦପର ଅତି ପ୍ରିୟ,

ସବୁଜିମା ଗଲା

ବୟସ ସରିଲା

ଆସିଲା ଜରା ସମୟ। 

ହୋଇଲି ଅଲୋଡା

ପାଦପ ପାଇଁ ମୁଁ

ଛାଡିଲା ସିଏ ମୋ ହାତ,

ପବନର ଗତି

ଏକା ମୋର ସାହା

ଅନିଶ୍ଚିତ ଭବିଷ୍ୟତ। 

ନୂଆ ପତରକୁ

କଲା ସେ ଆଦର

ପାଇବାର ଆଶା ରଖି,

ମୋହଠାରୁ କିଛି

ପାଇବାର ନାହିଁ

ତେଣୁ କଲା ନିରିମାଖୀ। 

ପାଇବାର ଆଶା

ନଥିଲେ ମଣିଷ

ଯେମିତି ଦୂରେଇ ଦିଏ,

ସବୁଜିମା ମୋର

ହଜିଗଲା ବୋଲି

ମୋତେ ଦୂରେଇଲା ସିଏ। 

ଯୈାବନ ଓ ଜରା

ପ୍ରକୃତି ନିୟମ

ଏଥେ କିବା ମୋର ଦୋଷ,

ଏଥିପାଇଁ କିମ୍ପା

ହରାଇଲି ମୁହିଁ

ବୃକ୍ଷର ପ୍ରେମ ପରଶ। 

ଜରା ଅବସ୍ଥାରେ

ନିଜ ଲୋକ ଯେବେ

କରନ୍ତି ତ ଅନାଦର,

ଦୁନିଆ ବୁକୁରେ

ମଣିଷ ଜାଣିଛି

ଜରା ନିବାସ ତା ଘର। 

ମୁଁ କିନ୍ତୁ ଜାଣେନା

ନିଜର ଠିକଣା

ପବନ ମୋର ଆଶ୍ରୟ,

ତା ଇଚ୍ଛାରେ ମୁହିଁ

ଘୁରି ବୁଲୁଥିବି

ଲଭିବାଯାଏ ବିଲୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy