STORYMIRROR

Jayashree Das

Tragedy

4  

Jayashree Das

Tragedy

ବେସୁରା ଗୀତି

ବେସୁରା ଗୀତି

1 min
274


ବେସୁରା ଜୀବନେ ନିଃସଙ୍ଗର ଗୀତି,

ବ୍ୟଥାର ପ୍ରକୋପ ଘାରେ.

ଚିତ୍ତ ଚକ୍ରବାକୀ ତୁମ ବିଚ୍ଛେଦରେ,

ଜିଇଁ ଜିଇଁ ଏଠି ମରେ.


ହୃଦୟେ ଜଳୁଛି ସ୍ମୃତିର ସଳିତା,

ପ୍ରିୟା ତୁମ ବିୟୋଗରେ.

ଚନ୍ଦ୍ରମାଳା ପୁରେ ଆକୁଳେ ଖୋଜୁଛି,

ତୁମେ ଏବେ ବହୁଦୂରେ.


ନୀଡ଼ ହରା ପକ୍ଷୀ ଜୀବନ ବିତୁଛି,

ଅଧୁରା ଆଖି ସପନ,

ଶୁଭୁ ନାହିଁ ତୁମ ପାଦର ନିକ୍ଵଣ,

ଶୁଭେନି ମଧୁ ଗୁଞ୍ଜନ.


ଆଙ୍କିଥିଲି ଯେଉଁ ଫୁଲର ଛବି ମୁଁ,

ବଇଶାଖ ନେଲା ଡାକି.

ସମୟ ସମାଜ ଦୋଛକି ରାସ୍ତାରେ,

ଆଜି ମୁଁ ପଡୁଛି ଥକି.


ରାତିର ଛାତିରେ ହସିଦେଇ ଜହ୍ନ,

ଛାତିରେ ମୋ ଜାଳେ ନିଆଁ.

ମନର ସହର କୁହୁଳି କୁହୁଳି,

ନୀରବରେ ସାଜେ ଧୂଆଁ.


ନଦୀ ଏ କୂଳେ ମୁଁ ଏକାକୀ ପଡିଛି,

ତୁମ ତରଙ୍ଗକୁ ଛୁଇଁ.

ଦୁଃଖରେ ଅଧୀର ହୋଇ ବାରବାର,

ସଜାଡୁଛି ମନ ଭୂଇଁ.


ଭୁଲି ପାରୁନି ମୁଁ ତୁମକୁ ଗୋ ପ୍ରିୟା,

ମନକୁ ବୁଝାଏ ଯେତେ.

ତୁମ ଝୁମା ଝୁମା ସପନ ଆଖିରେ,

ଦେଖିଛି ସପନ ଯେତେ.


ହୃଦ କାଗଜରେ ଲେଖିଥିଲି ଦିନେ,

ଭୁଲି ମୁଁ ପାରୁନି ଜମା.

ମନ କଲମରେ ଶବଦ ଧାଡିରେ,

ହୋଇଗଲ ଛୋଟ କମା.


ଅଭାଗା ଜୀବନ ଆଶା ଆଶଙ୍କାରେ,

ନିଷିଦ୍ଧ ଇଲାକା କୋଣେ.

ଭାଗ୍ୟକୁ ଆଦରି ଛାୟାପଥ ପରି,

କ୍ଷୀଣ ଆୟୁଷକୁ ଗଣେ.


ଜନ୍ମ ପରେ ଜନ୍ମ ପ୍ରତୀକ୍ଷା କରିବି,

ହେବାପାଇଁ ତୁମ ସାଥୀ.

ପାଇବାକୁ ତୁମ ମନ ଇଲାକାରୁ,

ମଧୁଝରା ସ୍ନେହ ପ୍ରୀତି.


ତୁମ ପ୍ରତୀକ୍ଷାରେ ହଜି ମୋ ଯାଇଛି,

ରଙ୍ଗଭରା ଯଉବନ.

ଧୂସର ବୟସେ ଫିକା ଫିକା ଲାଗେ,

ରାକା ରାଜନୀର ଜହ୍ନ.


ଏ ଶରୀର ଦୀପରେ ଜୀବନ ସଳିତା,

ଜଳୁଥିବା ଯାଏ ସାଥୀ,

ପ୍ରେମ ଭରା ମନେ ତୁମ ସ୍ମୃତି ଫୁଲ,

ସାଉଁଟୁଥିବି ମୁଁ ନିତି.


ଲୁହରେ ବତୁରା ମନ ଇଲାକାର,

ପ୍ରେମର ଅଗଣା ଡେଇଁ.

ଜୀବନ ସଞ୍ଜକୁ ଅପେକ୍ଷା କରିଛି,

କେବେ ଯିବ ମୋତେ ଛୁଇଁ.


ତୁମ ସୌନ୍ଦର୍ଯ୍ୟର ଗୋଲାପି ପାଖୁଡା,

ନମିଳିଲା ନାହିଁ ମତେ.

ପ୍ରତାରଣା ପୂର୍ଣ୍ଣ ତୁମ ଶେଷ ଚିଠି,

ଥାଉ ମୋ ଜୀବନର ଶେଷ ହାତେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy