STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମୁଁ ମୃତ୍ୟୁ କହୁଛି

ମୁଁ ମୃତ୍ୟୁ କହୁଛି

1 min
351


ଜୀବନର ପ୍ରତିଟି ମୁହୂର୍ତ୍ତେ

ମଣିଷର ମଣିଷ ପଣିଆ କୁ

ମୁଁ ମାପୁଛି

ସତ ମିଛର ଦୋ ଛକିରେ

ଧର୍ମ ଅଧର୍ମର ମୁଁ ବିଚାର କରୁଛି

ସ୍ଵାର୍ଥ ଅର୍ଥର ଏ ଦୁନିଆଁରେ

ମୁଁ ମୃତ୍ୟୁ କହୁଛି ।


ମୁଁ ହିଁ ଚିରନ୍ତନ ସତ୍ୟ

ଦୁନିଆଁରେ ଆଉ ସବୁ ମିଥ୍ୟା

ପରୋପକାର ଗୁଣେ

ମୁଁ ଜଡିରହିଛି

ଧନ ମାନ ସମ୍ମାନର

ମାପ କାଠି ଧରି

ମୁଁ ମୃତ୍ୟୁ କହୁଛି ।


ସଂସାର ପରିବାର

ସବୁର ଉର୍ଦ୍ଧ୍ବରେରହି

ନ୍ୟାୟ ଅନ୍ୟାୟର ବିଚାର

ମୁଁ କରୁଛି

ମୋହ ମାୟା ସଂସାରର

ପ୍ରତି କ୍ଷଣେ ଅନୁକ୍ଷଣେ

ମୁଁ ବିଶ୍ଳେଷଣ କରୁଛି

ଜୀବନ ଜୀବିକା ଠୁ

ଉର୍ଦ୍ଧ୍ବରେରହି

ମୁଁ ମୃତ୍ୟୁ କହୁଛି ।


ପର ଆପଣାର ଭେଦ ଭାବକୁ

ମୁଁ ଭୁଲିଛି

ଧନୀ ନିର୍ଦ୍ଧନ ମଧ୍ୟେ

ପାର୍ଥକ୍ୟ କୁ ଭୁଲିଛି

ମୋ ପାଶେ ସଭିଏଁ

ସମାନ ବୋଲି ଭାବିଛି

ସମତା ମମତାରେ

ମୁଁ ବିଶ୍ଵାସରଖିଛି

ନିଃଶ୍ବାସରେ ବିଶ୍ଵାସ

ନାହିଁ ବୋଲି ମୁଁ ମୃତ୍ୟୁ କହୁଛି।


ପ୍ରେମର ପରିସୀମା କୁ

ମୁଁ ସଙ୍କୁଚିତ କରିଛି

ଧର୍ମ ନିକିତିରେ ସଭିଙ୍କୁ

ସମାନ ଭାବିଛି

ମା ମାଟିରେ ମୁଁ ଦରଦରଖିଛି

ଅସହିଷ୍ଣୁତା ଓ ପରଶ୍ରୀକାତରତାକୁ

ମୁଁ ଘୃଣା କରୁଛି

ଜୀବନ ଜୀବିକା ପାଇଁ

ଶାନ୍ତି ମୈତ୍ରୀରେ

ବିଶ୍ଵାସରଖୁଛି

ଭାଇ ବନ୍ଧୁ କୁଟୁମ୍ବରେ

ମୁଁ ବିଶ୍ଵାସରଖୁଛି

ମୃତ୍ୟୁ କହୁଛି ମୁଁ ମୃତ୍ୟୁ କହୁଛି ।


ଯୁଦ୍ଧ ବଦଳେ ମୁଁ

ଶାନ୍ତି ଚାହୁଁଛି

ମୁଁ ବଦଳେ ମୁଁ ଆମେ ଚାହୁଁଛି

ମା ମାଟି ପାଇଁ ଜୀବନ

ଦେବାକୁ ଚାହୁଁଛି

ପରୋପକାରେ ମୁଁ ବିଶ୍ଵାସ କରୁଛି

ବିଶ୍ଵ ଶାନ୍ତି ପାଇଁ ପାଇଁ ସଦା ସର୍ବଦା

ମୁଁ ଚେଷ୍ଟା କରୁଛି

ମୁଁ ମୃତ୍ୟୁ କହୁଛି ମୁଁ ମୃତ୍ୟୁ କହୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract