STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ମନପାରା

ମନପାରା

1 min
315

ମନପାରା ମୋର   ସନ୍ଦେଶ ଦିଅରେ

   ନୀଳଚକ୍ର  ନିକଟରେ,

କାଳିଆ ଦର୍ଶନ    କରିବାକୁ ଇଚ୍ଛା

   ଗୁଞ୍ଜୁ ଅଛି ହୃଦେ ଜରେ।


ଜୀବନ ତହର    ଜ୍ଞାନ ନାହିଁ ମୋର

     କି ହେବଟି ମୋର କାଲି,

ଜୀବନ ଯାତ୍ରାଟି    ଅତି କଷ୍ଟକର

     ଜ୍ଞାନ ଦିଅ ପ୍ରଭୁ ମେଲି।


କାଲି ମୁହିଁ ପ୍ରାଣେ    ରହିବିକି ନାହିଁ

    ସେ ଜ୍ଞାନ ତ ଦେଲ ନାହିଁ

ଗୃହର ଜଞ୍ଜାଳ     ଅତି ଭୟଙ୍କର

    ବୁଦ୍ଧି ଦିଅ ପ୍ରଭୁ ତହି।


ମନପାରା ମୋର    ଶୀଘ୍ର କରି ଯିବୁ

    କହିବୁଟି ନୀଳଚକ୍ରେ

ହୃଦୟ ବେଦନା     କହିବୁ ତାଙ୍କରେ

    ରହି ଅଛି କାଳଚକ୍ରେ।


ସବୁ ଦେଇ ଅଛୁ     ଜ୍ଞାନ ନାହିଁ ମୋର

    ବିଚ୍ଛନ୍ନାଚଳେ ରହିଛି

କରୁ ଅଛି କର୍ମ     ନିସ୍ବାର୍ଥ ଭାବରେ

    ଭକ୍ତି ନିତ୍ୟେ କରୁଅଛି।


ମନପାରା ମୋର    କହିବୁ ତାଙ୍କରେ

    ଡୋର ତାଙ୍କ ଲାଗୁ ନାହିଁ,

କିପରି ଦର୍ଶନ     କରିବି ଚରଣେ

     ନୟନେ ଚାହିଁବେ ଯହିଁ।


ସତ୍ୟମାର୍ଗେ ନିତ୍ୟେ  ରହିଛି ଜୀବନେ

     ହଟି ନାହିଁ ତିଳେ ତହୁଁ

ତହରି ଚରଣେ     ଭକ୍ତି ରଖି ଅଛି

     ଗୁଞ୍ଜୁ ଅଛି ହୃଦେ ଯହିଁ ।


ସବୁ କଥା ତୁହି     ଜାଣୁରେ କାଳିଆ

    ନ ଜାଣନ୍ତି ଆଉ କେହି

ସବୁ ଲେଖି ଅଛୁ     କପାଳେ ମୋହର

    ନ ବୁଝିବେ ଆଉ କେହି।


କପାଳ ଲିଖନ      ନ ହୋଇବ ଆନ

    ତହରି ଲିଖନ ଯହିଁ

କେଉଁ ଭକ୍ତି କଲେ    ସେ ଜ୍ଞାନ ପାଇବି

    ପୁରୀ କ୍ଷେତ୍ରେ ଯିବି ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract