STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଝରୁଅଛି ଲୁହଧାର

ଝରୁଅଛି ଲୁହଧାର

1 min
275


ଜୀବନରେ ମୋର ଅତିହିଁ ଯନ୍ତ୍ରଣା

  ନିତ୍ୟେ ଝରୁଅଛି ଲୁହ,

ଚାହୁଁ ନାହେ ସୁଖ ତୁଷାର ପାତର

  ଚକ୍ଷୁ ଲୁହ ଚକ୍ଷୁ ଲୁହ।


ବଦନ ବେଦନା କଷ୍ଟ ଦେଉ ଅଛି

  ସହିବା ଟା କଷ୍ଟ କର,

ତାହାରି କଷ୍ଟରୁ ଲୁହ ଅବିରତ

  ବୁହେଟି ଶ୍ରାବଣୀ ଧାର।


କଷ୍ଟ ଦିନରାତ୍ର ସୟନ ବିଶ୍ରାମେ

  ଅନୁକ୍ଷଣ ତା ଯନ୍ତ୍ରଣା,

ସହି ପାରୁ ନାହିଁ ବେଦନା ଅପାର

  ହୁଏ ବଞ୍ଚିବା ଅବଣା।


ନାହିଁ ଭଲଲାଗେ ରୋଗର ଯନ୍ତ୍ରଣା

  କେଉଁ କର୍ମ ବଳୁ ଜନ୍ମ

ନାହିଁ ଉପଚାର ଡକ୍ଟରଙ୍କ ପାଖେ

  କିମ୍ପ କଲୁ ମୋର ଜନ୍ମ?


ଚନ୍ଦ୍ର ରାତ୍ର ଦୃଶ୍ୟ ଦିଶେ ମନୋରମ

  ଲାଗେ ନାହିଁ ଭଲ ମୋତେ,

ପୁଷ୍ପ ଉଦ୍ୟାନର ପୁଷ୍ପର ସୁଗନ୍ଧ

  କରେ ନାହିଁ ଶାନ୍ତି ମୋତେ।


ଯନ୍ତ୍ରଣା ଅପାର ସହି ହେଉ ନାହିଁ

  ଅବିରତ ଲୁହ ଝରେ,

ବଞ୍ଚିବି କିପରି କହ ଜଗନ୍ନାଥ

  ଛୁଇଁଦିଅ ମୋତେ ଥରେ।


ତହସ୍ତ ଲାଗିଲେ ଯିବି ଭଲ ହୋଇ

  ଦୟା କର ଦୀନ ନାଥେ,

ଦୀନର ଗୁହାରି କର୍ଣ୍ଣ ଡେରି ଶୁଣ

  ଦୀନ ବନ୍ଧୁ ଜଗନ୍ନାଥେ।


ମୂଲ୍ୟ ନାହିଁ କିଛି ଏପରି ଜୀବନେ

  ପାରୁ ନାହିଁ କର୍ମ କରି,

କର୍ମର ନିମନ୍ତେ ମନୁଷ୍ୟ ଜୀବନ

  ରୋଗୀକି ପାରିବ କରି।


କେଉଁ ପାପ କର୍ମୁ ଜୀବନ ପାଇଛି

  ଶରୀରେ ବେଦନା ଅତି,

ମରି ପାରୁ ନାହିଁ ଆତ୍ମହତ୍ୟା ପାପ

  ହୁଏ ଅନୁତାପ ଅତି।


କୃପା ଦୃଷ୍ଟି ପଡୁ ଚକାନୟନହେ

  କର ରୋଗ ମୁକ୍ତ ମୋର,

ଅଥବା ହେ ନାଥ ମୃତ୍ୟୁ ହେଉ ମୋର

  ଲୁହ ଧାର ବନ୍ଦ କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract