STORYMIRROR

Dr Baman Chandra Dixit

Tragedy

3  

Dr Baman Chandra Dixit

Tragedy

ମା ଲୋ

ମା ଲୋ

1 min
382


ମା ତୁ ଚାଲିଗଲୁ....

କହିବିନି କେବେ

ମଝି ଦରିଆରେ 

ଭସେଇ ଚାଲିଗଲୁ,

ଅବା ଅସମୟରେ ଚାଲିଗଲୁ।

ଚାଲିଗଲୁ....ତୁ

ସମସ୍ତ ବଞ୍ଚିବାର ଏବଂ

ବଞ୍ଚେଇବାର ଚେଷ୍ଟାକୁ

ଚୀର ବିରାମ ଦେଇ ।


ଆମେ ସମସ୍ତେ ଜାଣିଥିଲୁ

ଆସନ୍ନ ସମୟର ଇଙ୍ଗିତ।

ଆଉ କେଇଟା ଦିନର କଥା

ଆଶା ତ ଅସୁମାର ଥିଲା

ମାତ୍ର ବିଶ୍ବାସ ପଛଘୁଞ୍ଚା ।

ତୋ କଷ୍ଟ ଦେଖି ଭାବୁଥିଲି,

ଡାକୁଥିଲି,ପ୍ରଭୂ ପାରିକର

ଆଉ ଏତେ କାଷ୍ଟ ଦିଅନା।

ହେଲେ ଆଜି କାହିଁକି

ବୁଝେଇ ପାରୁନି ନିଜକୁ।

ସମ୍ଭାଳି ପାରୁନି ଆଉ

ନିଜ କୋହକୁ ନିଜ ଲୁହକୁ।


ଶେଷ ସମୟରେ ତୁ

ନିଶ୍ଚିତ ଖୋଜି ଥିବୁ କେତେ।

ତୋ ଅବୁଝା ଠାର

ଅବୋଧ ଅସ୍ପଷ୍ଟ ସ୍ୱର

ଚିତ୍କାର କରି ଡାକିଥିବେ।

ମାତ୍ର ଶୁଣିବାକୁ ମୁଁ ନଥଲି।

ମା! ତୋ ନିସ୍ତେଜ ଆଖିର

ଅପୁରା ଅନ୍ତିମ ଆଶା 

ନିରବ ଓଠର ଅକୁହା ଭାଷା,

ତୋର କମ୍ପିତ ଅବୟବ ମାନଙ୍କର

ଇଙ୍ଗିତ ଏବଂ ଅଧୁରା ଅନ୍ଵେଷା-

ସବୁର ଦୋଷୀ ମୁଁ 

ହାତଭାଗା ପୁଅ ପରଦେଶୀ।


ତୁ ଯା ମା, ସେ ଆନନ୍ଦ ଧାମକୁ

ଟିକେ ଶାନ୍ତି ଲୋଡ଼ା ତୋତେ

ଟିକେ ଆରାମ ଦରକାର

ଯାହା ଦେଇଛୁ ତୁ 

ତା'ର ମୂଲ ନାହିଁ

ସର୍ବସ୍ବ ଅରପି ଦେଇ

ସମୃଦ୍ଧ କରି ଯାଇଛୁ ସମସ୍ତଙ୍କୁ।

ଏବେ ନିଶ୍ଚିନ୍ତ ହୋଇ ଯା।

ଶାନ୍ତିରେ ଶୋଇ ଯା

ତୋ ଅପେକ୍ଷାରେ ଥିବି

ସହଶ୍ର ଜନ୍ମ ଯାଏ।

ଜାଗା ଦେବୁ ମା ...

ଜନ୍ମିବାକୁ ଚାହେଁ ତୋ'ରି ଜଠରୁ।

ପୁଣି ଥରେ ତୋତେ ଶୁଣେଇ

ଡାକିବାକୁ ଇଛା ହୁଏ

ମା ଲୋ............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy