ପୋଛି ପାରିବକି ମୋ ଲୁହ
ପୋଛି ପାରିବକି ମୋ ଲୁହ
ତୁମେ ମାନେ
କେବେବି ବୁଝନି
ମୋ କଥା
ମୋ ଦୁଃଖ
ମୋତେ ଏମିତି
ନିର୍ଦ୍ଦୟ ଭାବରେ
ତମେ କେମିତି ଯେ
ଧରାଶାୟୀ କରୁଥାଅ
ଆଉ ପ୍ରକୃତି ବି
ତାଣ୍ଡବ ରଚୁଥାଏ
ମୋ ଉପରେ କେବେ କେବେ
ମୁଁ ସତରେ ଖୁବ୍ ଅସହାୟ
ନା ତମେ ମୋ କଥା ବୁଝ
ଅବା ପ୍ରକୃତିକୁ ତା ବାଟରେ
ଯିବାକୁ ସ୍ବାଧୀନତା ଦିଅ
ତଥାପି ମୁଁ ସଦା
ତୁମ କଥା ଭାବେ
ତୁମ ବିନା ମୋର ଆଉ
ନିଜର କିଏ ?
ମୁଁ ଯେ ସାମାନ୍ୟ ଗଛଟିଏ
ନା ମୋର ବୁଦ୍ଧି ଅଛି
ନା ମୁଁ ବଜ୍ଞାନକୁ ବୁଝେ
ହେଲେ ତମେ ତ ମାନବ
ଖୁବ୍ ବୁଦ୍ଧିମାନ
ମୋ ବିନା ତୁମର
ସ୍ଥିତି ଯେ ବିପର୍ଣ୍ଣ
ଏ କଥା କ'ଣ ବୁଝିପାରୁନ ?
ପାରତ ଏବେଠୁ ବୁଝିଯାଅ
ନହେଲେ ଧ୍ବଂସ ଯେ ଆସନ୍ନ।
ତମ ଲାଗି ପରା
ମୋର ଜନ୍ମ,
ମୋର ଜୀବନ
ଆଜି ମୁଁ ଝରାଉଛି
ଅବସୋସ ଲୁହ
କଥା ଦିଅ
ପୋଛି ପାରିବକି
ମୋ ଆଖି ଲୁହ ଆଉ
ହୃଦୟର କୋହ ।।