STORYMIRROR

Hasyamayee Raj

Tragedy

3  

Hasyamayee Raj

Tragedy

ପୋଛି ପାରିବକି ମୋ ଲୁହ

ପୋଛି ପାରିବକି ମୋ ଲୁହ

1 min
257


ତୁମେ ମାନେ

କେବେବି ବୁଝନି

ମୋ କଥା

ମୋ ଦୁଃଖ

ମୋତେ ଏମିତି

ନିର୍ଦ୍ଦୟ ଭାବରେ

ତମେ କେମିତି ଯେ

ଧରାଶାୟୀ କରୁଥାଅ

ଆଉ ପ୍ରକୃତି ବି

ତାଣ୍ଡବ ରଚୁଥାଏ

ମୋ ଉପରେ କେବେ କେବେ 

ମୁଁ ସତରେ ଖୁବ୍ ଅସହାୟ 

ନା ତମେ ମୋ କଥା ବୁଝ

ଅବା ପ୍ରକୃତିକୁ ତା ବାଟରେ

ଯିବାକୁ ସ୍ବାଧୀନତା ଦିଅ

ତଥାପି ମୁଁ ସଦା

ତୁମ କଥା ଭାବେ

ତୁମ ବିନା ମୋର ଆଉ

ନିଜର କିଏ ?

ମୁଁ ଯେ ସାମାନ୍ୟ ଗଛଟିଏ

ନା ମୋର ବୁଦ୍ଧି ଅଛି

ନା ମୁଁ ବଜ୍ଞାନକୁ ବୁଝେ

ହେଲେ ତମେ ତ ମାନବ

ଖୁବ୍ ବୁଦ୍ଧିମାନ

ମୋ ବିନା ତୁମର

ସ୍ଥିତି ଯେ ବିପର୍ଣ୍ଣ 

ଏ କଥା କ'ଣ ବୁଝିପାରୁନ ?

ପାରତ ଏବେଠୁ ବୁଝିଯାଅ

ନହେଲେ ଧ୍ବଂସ ଯେ ଆସନ୍ନ।

ତମ ଲାଗି ପରା

ମୋର ଜନ୍ମ,

ମୋର ଜୀବନ

ଆଜି ମୁଁ ଝରାଉଛି

ଅବସୋସ ଲୁହ

କଥା ଦିଅ

ପୋଛି ପାରିବକି

ମୋ ଆଖି ଲୁହ ଆଉ

ହୃଦୟର କୋହ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy