STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Tragedy

3  

ସୌମ୍ଯ ରଞ୍ଜନ ମହାପାତ୍ର

Tragedy

"ବହି"ର ବୋବାଳି

"ବହି"ର ବୋବାଳି

1 min
149

ଦିନଥିଲା ବାହାରୁଥିଲି ନାନା ରୂପରେ,

କେବେ ତାଳପତ୍ରରେ କେବେ ଭୁଜ ପତ୍ରରେ।

ଯୁଗ ପରେ ଯୁଗ ହାଁ ବଦଳିଣ ଯେ ଗଲା,

ବିବିଧ ଭାବେ ମୋ କଳେବର ପ୍ରକାଶିଲା।।

କାଗଜ ଉପରେ ପୁଣି ଲେଖା ଯେ ହୋଇଲା,

ଧୀରେ ଧୀରେ ଜୀବନର ଗାଡ଼ି ମୋ ଗଡ଼ିଲା।

ଛାପାକ୍ଷରେ ଗାତ୍ର ମୋହର ହୋଇଲା ଲେଖା,

ରୂପ ରଙ୍ଗ ଦେଖି ସଭିଏଁ ବୋଇଲେ ଚୋଖା।।

ପଣ୍ଡିତର ସାଥୀ ମୁହିଁ ମୂରୁଖ ବଇରି,

ମୋତେ ନେଇ ଜ୍ଞାନୀ ଦେଖାଏ ତା'ର ଚାତୁରୀ।

କିଏରେ ଡାକେ ପୁସ୍ତକ ଆଉ କିଏ ବହି,

ଭିନ୍ନ ଭିନ୍ନ ନାମେ ଡାକେ ମୋତେ ଏଇ ମହୀ।।

ପଢ଼ି ମୋତେ କିଏ ବୋଲାଏ ପୁସ୍ତକ କୀଟ,

ଆଉ କିଏ ପାଇ ଯାଏରେ ଜୀବନ ବାଟ।

କମିଣ ଗଲାଣି ଅଧୁନା ମୋରି ଆଦର,

ଇଣ୍ଟରନେଟ୍ ଦାଉ ସାଧିଲାରେ ମୋହର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy