ସିଦ୍ଧି ବିନାୟକ
ସିଦ୍ଧି ବିନାୟକ


ବିଘ୍ନହର୍ତ୍ତା
ମଙ୍ଗଳମୂର୍ତ୍ତି ରୂପେ
ଯାହାଙ୍କ ଶୋଭା ପରିବର୍ଦ୍ଧିତ
ସାରା ସଂସାର ତାଙ୍କୁ କରେ ପ୍ରଣିପାତ।।
ସିଦ୍ଧି,ବୁଦ୍ଧି
ଜ୍ଞାନ ପ୍ରଦାୟକ ଭାବେ
ଏଇ ଜଗତ ଡାକେ ସିଦ୍ଧି ବିନାୟକ
ତାଙ୍କ ନାମ ସ୍ମରଣର କ୍ଷଣିକ ସ୍ପର୍ଶ
ମନ ମଧ୍ୟେ ଆଣିଦିଏ ଅସରନ୍ତି ପୁଲକ।।
ମାତାଙ୍କ
ଶରୀର ଜାତ ମଳିରୁ
ଗଢ଼ି ଉଠିଥିଲା ଅଙ୍ଗ ସୌଷ୍ଠବ
ଯିଏ ମାତୃ ଆଦେଶେ ପିତାଙ୍କୁ କରିଥିଲେ ପ୍ରତିରୋଧ
ଆଉ ପିତାଙ୍କ ସହ ଯୁଦ୍ଧ କରି ହୋଇଥିଲେ ଗଜାନନ।।
ସେଇ ସିଦ୍ଧି ବିନାୟକଙ୍କୁ ଭକ୍ତି କରି
ମାନବ ଯମ ଯନ୍ତ୍ରଣାରୁ ମୁକ୍ତ ହୋଇ ଲଭିଥାଏ
ଅପାର ସ୍ୱର୍ଗୀୟ ସୁଖର ଅନ୍ତହୀନ ଅନୁଭବ।।
ମୂର୍ଖ ମଣିଷ
ତାହାଙ୍କ ଆରାଧନା କରି
ସିଦ୍ଧି ପ୍ରାପ୍ତ ହେଇ ବୋଲାଏ ପଣ୍ଡିତ
ଅତଃ ସମଗ୍ର ଦୁନିଆ ସକାଶେ ସିଏ ସିଦ୍ଧି ବିନାୟକ।।