STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Classics Inspirational Children

3  

ସୌମ୍ଯ ରଞ୍ଜନ ମହାପାତ୍ର

Classics Inspirational Children

ଉତ୍କଳୀୟ ସଂସ୍କୃତି

ଉତ୍କଳୀୟ ସଂସ୍କୃତି

1 min
161


ସୌନ୍ଦର୍ଯ୍ୟମୟୀ ଭାରତବର୍ଷରେ

ଚତୁର୍ଦ୍ଦିଗେ ପଡ଼େ ହୁରି

ଯହିଁ ଅଛି

କଳା ସ୍ଥାପତ୍ୟରେ ପରିପୂର୍ଣ୍ଣ ଉତ୍କଳ ପ୍ରଦେଶ।।

ଚଣ୍ଡାଶୋକ

ଏଠି କୁଆଡ଼େ

ହୋଇଥିଲେ ଧର୍ମାଶୋକ

ଆଉ

ଧର୍ମପଦ,ବାଜିରାଉତ

ମାଟିକୁ କରିଥିଲେ ଗର୍ବିତ।।

ସମଗ୍ର ଧରାକୁ

ଗୋଟାଏ ପରିବାର ଭାବେ

ସ୍ନେହ, ପ୍ରୀତି ଓ ଭାଇଚାରାରେ ବାନ୍ଧି

ଓଡ଼ିଆ ଆଦର୍ଶ ହୁଏ ବହୁଗୁଣିତ।।

କୋଟି ଓଡ଼ିଆ ମଉଡ଼ମଣି ବଡ଼ ଦିଅଁ ଜଗନ୍ନାଥ

ଯହିଁ ବାରମାସେ ହୁଏ ତେର ଯାତ

ଆଉ ନାନା ପୂଜା,ଓଷା, ବ୍ରତ

ପାଳୁଥାନ୍ତି ଭକତ।।

ବନ୍ଧୁ ଓ ବନ୍ଧୁତ୍ୱର ସମ୍ପର୍କ

ଏଠି ଯୁଗେ ଯୁଗେ ନିଆରା

ମହାପ୍ରସାଦ ହେଉ ଅବା ଆମ୍ବବଉଳ

ଅଥବା ମକର ଚାଉଳ

ବନ୍ଧୁ ହେବା ନିମନ୍ତେ

ଏସବୁ ଗୋଟାଏ ଗୋଟାଏ ଅଭିନବ ମାଧ୍ୟମ।।

ଓଡ଼ିଶା ସ୍ଥାପତ୍ୟ କଳାର

ସ୍ବାକ୍ଷର ବହନ କରେ

ଶିଳାଲିପି ଓ ମନ୍ଦିର

ଯାହାକି କଳା ଭାସ୍କର୍ଯ୍ୟର ନୈସର୍ଗିକ ନିଦର୍ଶନ

ଏହାର ଦୃଷ୍ଟାନ୍ତ ଦୃଶ୍ୟମାନ ହୁଏ

କୋଣାର୍କ, ପୁରୀ ମନ୍ଦିର ହେଉ ଅବା ଲିଙ୍ଗରାଜ

ଅଥବା ରାଜାରାଣୀ ମନ୍ଦିର ଗାତ୍ରରେ ଖୋଦିତ ମୂର୍ତ୍ତି।।

ସୁନା ରୂପା ତାରକସି କାମ

ଦିଶେ ଭାରି ଝଲମଲ

ସତେ ଅବା ସୂକ୍ଷ୍ମ କାରୁକାର୍ଯ୍ଯେ ଭରା

ଚାନ୍ଦୁଆ ପୁଣି ବିସ୍ମିତ କରଇ

ପଟ୍ଟଚିତ୍ର ଯେ ଅପାସୋରା

ବୟନ ଶିଳ୍ପେ ତାହାର

ସାରା ବିଶ୍ବରେ ଆଦର

ସୂକ୍ଷ୍ମ ବସ୍ତ୍ର ଭାରି ମନଲୋଭା

ପ୍ରସ୍ଫୁଟିତ ତହିଁ

ଓଡ଼ିଆ କଳା କାରିଗରୀ ଓ ଜାତିର ସ୍ବାକ୍ଷର।।

ମଧୁଠୁ ମଧୁର ଓଡ଼ିଆ ଭାଷାଯେ

ସାହିତ୍ୟ ତା ମଧୁଝରା

ଢଗଢମାଳି ଓ ଲୋକଗୀତାଦିରେ

ସଂସ୍କୃତି ସିନ୍ଧୁକ ଭରା

ଓଡ଼ିଆ ପରମ୍ପରା

ଚିତ୍ତ ଜିଣିପାରେ

ଧନ୍ୟ ତା'ର ରୀତିନୀତି

ସଦା ସର୍ବଦା ଗର୍ବ କରେ ଛାତି ଫୁଲେଇ ଓଡ଼ିଆ ଜାତି

ମହନୀୟ ସଂସ୍କୃତି

ଏତେ ଯେ ସମୃଦ୍ଧ

ଇତିହାସ ମୂକସାକ୍ଷୀ

ବଖାଣି ବସିଲେ ଅନେକ ରହିବ ବାକି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics