STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

4  

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

ଓଡ଼ିଆ ଖାଦ୍ୟର ସୁଆଦ

ଓଡ଼ିଆ ଖାଦ୍ୟର ସୁଆଦ

1 min
137

ଭାରି ସୁଆଦ ଓଡ଼ିଆ ଖାଇବା ଦରବ,

ଓଡ଼ିଆ ପାଇଁ ଅଟେରେ ସେ ବଡ଼ ଗରବ

ପାଟିରୁ ଛାଡ଼େ ନାହିଁ ଆହା ଏମିତିଆ ଜିନିଷ

ସତେ ଅବା ସେ ଯେ ଲାଗୁଥାଏରେ ଅପୂର୍ବ।

ବାର ମାସରେ ତେର ଓଷା ପୁଣି ପରବ

ସେଇ ପରବେ ହୁଏ ସୁଆଦିଆ ଦରବ

ଖାଆନ୍ତି ପୁଣି ସରାଗେ ଖୁଆନ୍ତି ଓଡ଼ିଆ ଲୋକ

ନଥାଏ ମନେ ଟିକିଏ ହେଲେ ବି ଗରବ ।।

ହାତ ତିଆରି ଆଉ ଶିଳ ବଟା ମସଲା

ଓଡ଼ିଆ ତିଅଣ ସୁଆଦ ବଢ଼ାଇ ଦେଲା

ସ୍ବାଦ ଅନୁସାରେ ଲୁଣ ଆଉ ଫୁଟଣର ଛୁଙ୍କ

ରଙ୍କ ରଙ୍କ ମନକୁ ସେ ଯେ କିମିଆ କଲା।

ଓଡ଼ିଆ ଖାଦ୍ୟ ଓଡ଼ିଆ ସ୍ବାଦ ମନୋହର

ଦେଖାଏ ସାରା ବିଶ୍ବରେ ତାହାର ଚାତର

ଖାଇଛି ଯିଏ ଭୁଲେ ନାହିଁ କେବେ ତା'ର ବାସନା

କରଇ ପ୍ରଶଂସା ନିଇତି ସେହି ଖାଦ୍ଯର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational