STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract Classics

4  

ସୌମ୍ଯ ରଞ୍ଜନ ମହାପାତ୍ର

Abstract Classics

ଶ୍ରୀ ଗଣନାଥ

ଶ୍ରୀ ଗଣନାଥ

1 min
501

ଅଗ୍ରପୂଜ୍ୟ ଭାବେ

ସର୍ବ ଦେବାଦେବୀଙ୍କ ମଧ୍ଯେ

ସଦା ସର୍ବଦା ଯିଏ ପୂଜିତ

ସିଏ ବିଘ୍ନ ବିନାଶକ ପ୍ରଭୂ ବିନାୟକ।।


ଜଗତ ଜନନୀ ପାର୍ବତୀ ପୁତ୍ର ରୁପେ

ସର୍ବତ୍ର ପରିଚିତ ସେଇ ଶିବ ସୁତ ଗଣେଶ

ବିଦ୍ଯା ବୁଦ୍ଧିର ଅସରନ୍ତି ଭଣ୍ଡାର।।


ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିର

ମହାର୍ଘ୍ଯ ମୁହୂର୍ତ୍ତରେ ଯାହାଙ୍କ ଆବିର୍ଭାବ

ସେଇ ମଙ୍ଗଳମୟ ଠାକୁରଙ୍କ ପାଦପଦ୍ମକୁ

ସାରା ସଂସାର ଚିର ବନ୍ଦୁଥାଏ କୃପା ଭିକ୍ଷା ସକାଶେ।।


ମାତୃ ଆଜ୍ଞା ପାଳି

ପିତାଙ୍କୁ ପ୍ରତିରୋଧ କରିବାର

ଦୁର୍ବାର ପ୍ରଚେଷ୍ଟା ଦ୍ଵାରା

ନିର୍ଭିକତା ପ୍ରଦର୍ଶିତ କରିପାରୁଥିବା

ଗଜାନନ ଗଣେଶ ପିତା ମାତାଙ୍କ ସୁନା ପୁଅ।।


ଲଡ଼ୁ ଭୋଗରେ ତୋଷ ହେଉଥିବା

ମୂଷିକ ବାହନରେ ଦୁନିଆ ଭ୍ରମୁଥିବା ଦିଅଁ

ଏକଦନ୍ତ ଦୟାବନ୍ତ ଗିରିଜା ତନୟ ପ୍ରଭୁ ଗଣେଶ

ଯାହାଙ୍କ ଆଶିଷ ଲଭି ମୂର୍ଖ ବୋଲାଏ ପଣ୍ଡିତ।।


ପ୍ରକୃତରେ

କୋଟିଏ ସୂର୍ଯ୍ଯର ଆଭା ଦେଉଥିବା

ପୃଥୁଳକାୟ ଗଜମୁଖଧାରି ଗଣେଶଙ୍କୁ

ଏଇ ସାରା ଜଗତ କରୁଥାଏ ନିତି ପୂଜା

ଆଉ ତାଙ୍କ ମହନୀୟ ସ୍ୱର୍ଗୀୟ ଭକ୍ତିରେ ହୁଏ ତଲ୍ଲିନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract