STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Inspirational Others

4  

ସୌମ୍ଯ ରଞ୍ଜନ ମହାପାତ୍ର

Inspirational Others

ଓଡ଼ିଶାର ସଂସ୍କୃତି

ଓଡ଼ିଶାର ସଂସ୍କୃତି

1 min
24.5K

ଭାରି ସୁନ୍ଦର ଭାରତ ଦେଶଲୋ

ଚାରିଆଡ଼େ ପଡ଼େ ହୁରି,

ତହିଁ ଅଛି ଯେ ଓଡ଼ିଶା ରାଜ୍ୟଲୋ

କଳା ସ୍ଥାପତ୍ୟରେ ଭରି।

ଚଣ୍ଡାଶୋକ ଏଠି ଧର୍ମାଶୋକଲୋ

ଧନ୍ଯ ତା'ର ଏହି ମାଟି,

ଧର୍ମପଦ ଓ ବାଜିରାଉତଲୋ

ରଖିଲେ ତାଙ୍କ ନାଆଁଟି ।।

ସାରା ଧରା ଗୋଟେ ପରିବାରଲୋ

ସେଯେ ଓଡ଼ିଆ ଆଦର୍ଶ,

ସ୍ନେହ, ପ୍ରୀତି ଓ ଭାଈଚାରାରେଲୋ

ସଭିଙ୍କୁ କରଇ ବଶ।

ବାରମାସେ ଏଠି ତେର ଯାତ ଲୋ

ବଡ଼ ଦିଅଁ ଜଗନ୍ନାଥ,

ନାନା ପୂଜା ଆଉ ଓଷା ବ୍ରତ ଲୋ

ପାଳୁଥାନ୍ତିରେ ଭକତ।।

ମହାପ୍ରସାଦ ଆମ୍ବ ବଉଳଲୋ

ପୁଣି ମକର ଚାଉଳ,

ବନ୍ଧୁ ହବାର ଏ ପରମ୍ପରାଲୋ

ପାଳୁଥାଏ ତ ଉତ୍କଳ।

ସମ୍ବଲପୁରୀ ଓ ଦଣ୍ଡ ଛଉଲୋ

ରଣପା ଓ ଗୋଟିପୁଅ,

ପାଲା, ଯାତ୍ରା ଆଉ ରାସଲୀଳାଲୋ

ଲୋକନୃତ୍ୟର ଏ ସୁଅ।।

ଓଡ଼ିଶାର ସ୍ଥାପତ୍ୟ ସ୍ବାକ୍ଷରଲୋ

ଶିଳାଲିପି ଓ ମନ୍ଦିର,

କଳା ଭାସ୍କର୍ଯ୍ୟର ନିଦର୍ଶନଲୋ

ସତେ ଆହା ମନୋହର।

କୋଣାର୍କ ଅବା ପୁରୀ ମନ୍ଦିରଲୋ

ଲିଙ୍ଗରାଜ ରାଜାରାଣୀ

ମନ୍ଦିର ଗାତ୍ରେ ଖୋଦିତ ମୂର୍ତ୍ତି ଲୋ

ଜାତିର କଳା ଚାତୁରୀ।।

ସୁନା ରୂପା ତାରକସି କାମଲୋ

ସୂକ୍ଷ୍ମ କାରୁକାର୍ଯ୍ଯେ ଭରା,

ଚାନ୍ଦୁଆ ପୁଣି ବିସ୍ମିତ କରେଲୋ

ପଟ୍ଟଚିତ୍ର ଅପାସୋରା।

ବୟନ ଶିଳ୍ପେ ସାରା ବିଶ୍ବରେଲୋ

ଅଛି ତାହାର ଆଦର,

ସୂକ୍ଷ୍ମବସ୍ତ୍ର ଭାରି ମନଲୋଭାଲୋ

ଓଡ଼ିଆ କଳା ଚାତର।।

ଭାରି ମଧୁର ଓଡ଼ିଆ ଭାଷାଲୋ

ସାହିତ୍ୟ ଯେ ମଧୁଝରା,

ଢଗଢମାଳି ଓ ଲୋକ ଗୀତେଲୋ

ଅମୂଲ୍ୟ ସଂସ୍କୃତି ଭରା।

ଓଡ଼ିଶା ସଂସ୍କୃତି ମନ ଜିଣେଲୋ

ଧନ୍ୟ ତା'ର ରୀତିନୀତି,

ସଦା ସର୍ବଦା ଗରବ କରେଲୋ

ବିଶ୍ବରେ ଓଡ଼ିଆ ଜାତି।।

ସଂସ୍କୃତି ତା'ର ସମୃଦ୍ଧ ଅଟେଲୋ

ଇତିହାସ ପରା ସାକ୍ଷୀ,

ଯେତେ ବଖାଣିଲେ ରହି ଯିବଲୋ

କଥା ତା'ର ଆଉ ବାକି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational