STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract Inspirational

3  

ସୌମ୍ଯ ରଞ୍ଜନ ମହାପାତ୍ର

Abstract Inspirational

ପ୍ରତାରଣା

ପ୍ରତାରଣା

1 min
79


ଖୁସି ହୁଏରେ ବାଟମାରଣା,

ପାଏ ଯେବେ ଯିଏ ପ୍ରତାରଣା।

ବିଶ୍ୱାସରେ ପାଇଗଲେ ବିଷ,

ଜୀଇଁଥାଉ ଫେରେନା ନିଃଶ୍ୱାସ।।

ପ୍ରେମିକା ଯଦି ଦିଏରେ ଧୋକା,

ବିଚରା ପ୍ରେମିକ ହୁଏ ବୋକା।

ଧନ ଥିଲା ବେଳେ ଭାରି ଭଲ,

ସରିଗଲେ ସେ ହୁଏରେ ଭେଲ।।

ବୋପା ମାଆଙ୍କୁ ନ ଚାହେଁ ପୁଅ,

ସହି ହୁଏନା ବୁକୁର କୋହ।

ଭାଈ ବୁଝେନା ଭାଈର ସ୍ନେହ,

ବୁହାଇ ଦିଏ ରକତ ସୁଅ।।

ବିଦ୍ୟା ଅରଜନ ପରେ ପରେ,

ଶିଷ୍ୟ ଗୁରୁଙ୍କୁ ଭୁଲି ଯାଏ ରେ।

ରଖେ ନାହିଁ ସେ ମାନ ସମ୍ମାନ,

ଭାବିଥାଏ ବଡ଼ ହୀନିମାନ।।

ଦୁନିଆଁଟା ବଡ଼ ସ୍ୱାର୍ଥପର,

ଏଠି କେହି ନୁହେଁରେ କାହାର।

କାଲି ଯିଏ ଥାଏରେ ନିଜର,

ଆଜି ହେଇଯାଏ ସାତ ପର।।

ପାଇଲେ ପ୍ରତାରଣା ପାଉଣା,

ବଞ୍ଚିବାକୁ ମନ ହୁଏ ଊଣା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract