STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Classics Inspirational

2  

ସୌମ୍ଯ ରଞ୍ଜନ ମହାପାତ୍ର

Classics Inspirational

ସ୍ବାଧୀନତା ସାତ ସପନ

ସ୍ବାଧୀନତା ସାତ ସପନ

1 min
34


ପରାଧୀନତାର ଶୃଙ୍ଖଳକୁ ଛିନ୍ନ କରି

ମହାମୁକ୍ତିର ଉତ୍ସବ ମନାଉଥିବା

ଆଜିର ମନୁଷ୍ୟ

କ'ଣ ସତରେ!

ସ୍ୱାଧୀନତାର ଆଦ୍ୟ ବାୟୁ ନାସାପୁଟରେ ଆଘ୍ରାଣ କରିଛି

ତାହା ତ କେବଳ ତଥାକଥିତ।।


ଦିନଥିଲା ବିଦେଶୀମାନେ

ଆମ ଉପରେ ଶକ୍ତ କୁଠାରାଘାତ କରି

ଚଳାଇଥିଲେ ନିଜର ରାଜୁତି

ହେଲେ ଅହିଂସା ଆଉ ଏକତା ରୂପକ ଅମୋଘ ମନ୍ତ୍ରରେ

ଛଡ଼ାଇ ଆଣିଥିଲୁ ଆମେ ଆମ ନିଜର ହକ୍।।


ପରନ୍ତୁ ଆଜି ନିଜେ ହିଁ ହରାଇବସିଛେ

ଆପଣାର ସ୍ବାଧୀନତା

ଏଠି ତେଲିଆ ମୁଣ୍ଡରେ ତେଲ

ଗଣତନ୍ତ୍ର ନାମରେ ଚାଲିଛି ସ୍ବେଚ୍ଛାଚାରର ଭାଣ୍ଡାମି

ଦରିଦ୍ର ସରଳ ଜନତା ସହୁଛି

ସମାଜର ବଡ଼ ପଣ୍ଡାଙ୍କ ପ୍ରଦତ୍ତ ଦାରୁଣ କଷାଘାତ।।


ବାସ୍ତବିକ୍

ସ୍ବାଧୀନତା ସବୁଦିନ ପାଇଁ

ହେଇଯାଇଛି ସାତ ସପନ

ସତେ ଯେମିତି ପରାଧୀନତାର କଷଣ

ଏଇ ମଣିଷ କପାଳେ ଯୁଗ ଯୁଗ ଧରି ଲେଖା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics