STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract

3  

ସୌମ୍ଯ ରଞ୍ଜନ ମହାପାତ୍ର

Abstract

ପ୍ରେମିକା ପ୍ରତି

ପ୍ରେମିକା ପ୍ରତି

1 min
97


ପ୍ରେମିକ କୁହଇ ପ୍ରେମିକାକୁ ଚାହିଁ,

ତୁମ ବିନା ମୁହିଁ ନପାରଇ ରହି।

ବୁଝୁନାହଁ କାହିଁ ମୋ' ମନ ବେଦନା,

ତୁମେ ହିଁ କରିଛ ମୋତେ ଆନମନା।।

ନିଜ ଲୁହ ଆଜି ନିଜେ ମୁଁ ପିଉଛି,

ତୁମ ପାଇଁ ପ୍ରିୟା ଝୁରି ମରୁଅଛି।

ବିରହ ବିଧୁରା ପ୍ରେମିକ ପ୍ରବର,

ତୁମରି ସକାଶେ ପାଗଳ ଭଅଁର।।

ଅବୁଝା ହୁଅ ତୁମେ ତ ସବୁ ଜାଣି,

ହୃଦୟକୁ ମୋର ଦେଉଅଛ ହାଣି।

ପ୍ରେମକୁ ମୋହର କରହେ ନିଜର,

ତୁମ ପ୍ରେମ ରସ ପୀୟୂଷର ଧାର।।

ଦେହସିନା ମୋର ହୃଦୟ ତୁମର,

ତୁମେ ପରା ଅଟ ଖୁସିର ଜୁଆର।

କରନାହିଁ ଆଉ ତୁମ ପ୍ରେମେ ଊଣା,

ଫେରେଇ ଦିଅହେ ମୋ' ପ୍ରେମ ପାଉଣା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract