STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract Others

4  

ସୌମ୍ଯ ରଞ୍ଜନ ମହାପାତ୍ର

Abstract Others

ନାରୀ ସଶକ୍ତିକରଣ

ନାରୀ ସଶକ୍ତିକରଣ

1 min
416


ଗୋଟିଏ ଶବ୍ଦ

ଦୁଇଟି ଅକ୍ଷର

ଏବଂ ତିନିଟି ରୂପରେ

ଦୁନିଆ ଦାଣ୍ଡେ ବିଦ୍ୟମାନ ନାରୀ

କେବେ ଜାୟା, ଜନନୀ

ଆଉ କେବେ ଭଗିନୀ ରୂପେ ଉଭା।।

ପୁରୁଷ ପ୍ରଧାନ ସମାଜେ

ନାରୀ ଆଜି ଅବହେଳିତ

ଅତ୍ୟାଚାର ଅନଳରେ ଦଗ୍ଧୀଭୂତ

ସମାଜର ରାଜରାସ୍ତାରେ କଟାକ୍ଷ ରୂପକ

ବୁଢ଼ୀଆଣୀ ଜାଲର ଚକ୍ରବ୍ୟୁହରେ ଆଜି ବନ୍ଦୀ।।

ଅତଃ ନାରୀ

ସ୍ବଶକ୍ତିକୁ ଜାଗ୍ରତ କରି

ଲଢ଼ିବାକୁ ହେବ ତାକୁ ନିଜର ହକ୍ ସକାଶେ

ସେ ନୁହେଁ ଅବଳା ଅବା ଦୁର୍ବଳା

ସମାଜର ମୁଖ୍ୟ ସ୍ରୋତେ ସାମିଲ୍ ହେବାରେ ସେ ଅନନ୍ୟା।।

ଅଧୁନା ଯୁଗରେ

ପୁରୁଷ ସହ ପାଦ ମିଳାଇ

ଚାଲିବାରେ ସେ ସମର୍ଥା

ଆକାଶରେ ଉଡ଼ିବାଠୁ ପାଣିରେ ବୁଡ଼ିବା ପର୍ଯ୍ୟନ୍ତେ

ସବୁକ୍ଷେତ୍ରେ ସେ ଧୂରୀଣା।।

ପୁରାଣ ଠାରୁ

ଇତିହାସ ଯାଏଁ

ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ

ତା'ର ବିଜୟ ଗାଥା

ସାମାଜିକ, ରାଜନୈତିକ ଓ ସାଂସ୍କୃତିକ

ସବୁଠି ଅଙ୍କିତ ତା' ପଦ ଚିହ୍ନର ଅବିସ୍ମରଣୀୟ ଚିତ୍ରରାଜି।।

ଶିକ୍ଷା,କଳା,ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ

ଜାତୀୟ, ଅନ୍ତଃରାଷ୍ଟ୍ରୀୟ

ସବୁ ଜାଗାରେ ସେ ଲଭିଛି ପାରଦର୍ଶିତା

ଅସୂର୍ଯ୍ଯପଂଶ୍ଯା ଆଜି ହେଇଛି ଜଗତ ବନ୍ଦନୀୟା।।

ବାସ୍ତବିକ୍

ନାରୀ ସଶକ୍ତିକରଣ ଦ୍ଵାରା

ଏଇ ସମାଜ ହେବ ଅଗ୍ରଗାମୀ

ଧରାଧାମରେ ବିରାଜମାନ ହେବ

ପତିତପାବନୀ ସୁରତରଙ୍ଗିଣୀ ଗଙ୍ଗା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract