STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

3  

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

ଆମେ କେତେ ସ୍ୱାଧୀନ,କେତେ ପରାଧୀନ

ଆମେ କେତେ ସ୍ୱାଧୀନ,କେତେ ପରାଧୀନ

1 min
67


ସ୍ୱାଧୀନ ଦେଶର ସନ୍ତାନ ବୋଲି

ଆମେ ଦୁନିଆ ଦାଣ୍ଡରେ

ମନ ଖୁସିରେ

ବିଜୟର ଡିଣ୍ଡିମ ପିଟି ଚାଲିଛେ

ପରନ୍ତୁ ତାହା କ'ଣ ଆମ ପ୍ରକୃତ ଜୟ

ଏବେ ବି ଆମ ପାଦରେ ପଡ଼ିଛି ବେଡ଼ି।।

ସଂଗ୍ରାମୀଙ୍କ ବଳିଦାନରେ

ଏଇ ମାଟି ହୋଇଥିଲା ରକ୍ତ ରଞ୍ଜିତ

ଛଡ଼ାଇ ଆଣିଥିଲା ନିଜର ହକ୍

ଦେହରେ ବହୁଥିବା ପ୍ରତି ଶେଷ ରକ୍ତବିନ୍ଦୁ ଯାଏଁ ଲଢ଼ି ଲଢ଼ି।।

ଦିନେ ସିନା

ବିଦେଶୀ କବଳୁ

ଏଇ ମାଟି ହେଲା ମୁକ୍ତ

ଅଧୁନା ଘର ଢିଙ୍କି କୁମ୍ଭୀର

ହିଂସା, ଦ୍ୱେଷ, ଈର୍ଷା ଓ ଅସୂୟା ରୂପକ

ଶିକୁଳିରେ ବାନ୍ଧି ହେଇ ଆମେ ହେଇଯାଇଛେ ପରାଧୀନ।।

ଆଜିର ସମାଜରେ

ନାରୀ ଏଠି ପାଏ ନିର୍ଯ୍ୟାତନା

ଅତ୍ୟାଚାରର କାଳିମାରେ ହେଇଯାଏ ନିଷ୍ପେସିତ

ମଥା ଟେକି ଚାଲିବାକୁ ମଣେ ନିଜକୁ ଅସମର୍ଥ

କଟାକ୍ଷ ରୂପକ ବୁଢ଼ୀଆଣି ଜାଲର ଚକ୍ରବ୍ୟୂହରେ ହୁଏ ବନ୍ଦୀ।।

ମନୁଷ୍ୟ ଏଠି

ଦରିଦ୍ର୍ୟ ଓ ନିଶାସକ୍ତ ସଦୃଶ

ବ୍ୟାଧିରେ ଆକ୍ରାନ୍ତ ହୋଇ

ଗଡ଼ୁଥାଏ ନିତି ରାଜରାସ୍ତାରେ

ତଥାପି ଏ ସମାଜ କୁହେ ଆମେ ସ୍ୱାଧୀନ।।

ଆଧୁନିକୀକରଣର ଦ୍ୱାହି ଦେଇ

ବିଦେଶୀ ସଭ୍ୟତା,ସଂସ୍କୃତି, ଖାଦ୍ୟପେୟ

ଆଉ ବେଶପୋଷାକର ମୋହରେ ଆମେ କବଳିତ।।

ପ୍ରକୃତରେ

ଅନ୍ୟାୟ, ଅନୀତି ଓ ଭ୍ରଷ୍ଟାଚାର

ନିଜର ସୀମା ଲଙ୍ଘିଯାଇଛି

ସ୍ୱାଧୀନ ହେଇ ମଧ୍ୟ

ଆମେ ଆଜି ପରାଧୀନତାର ଶୃଙ୍ଖଳରେ

ଦୀର୍ଘଦିନ ଧରି ବାନ୍ଧି ହେଇ ପଡ଼ିଛେ

ଯେଉଁଥିରୁ ମୁକୁଳିବା ହେଇଯାଇଛି ସାତ ସପନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational