Sunanda Mohanty

Classics


3  

Sunanda Mohanty

Classics


ଵିଧାତା

ଵିଧାତା

1 min 398 1 min 398

ସର୍ତ୍ତ ଜମା ରଖନାହିଁ ଭାଇ 

ହୁଏତ ରଖି ପାରିବ ନାହିଁ 

ନିଃସର୍ତ୍ତ ପୃଥିବୀ ଆମ ମାଆ 

ସର୍ତ୍ତ ବିହୀନେ ତା ଉପରେ ଠିଆ 

ସର୍ତ୍ତ ବିହୀନ ଏ ଆକାଶ ଏଠି 

ବର୍ଷା ବାଦଲ ସୂର୍ଯ୍ୟ ତାର ଚନ୍ଦ୍ର

ଗ୍ରହ ଓ ନକ୍ଷେତ୍ର ଅଛନ୍ତି ସେଠି 

ପକ୍ଷୀ ଓ ଆକାଶ ବନ୍ଧୁପଣ 

ସର୍ତ୍ତ ଥିଲେ କି ପକ୍ଷୀ ଉଡେ ତତ୍କ୍ଷଣ 

ନଦୀରେ ଢେଉ, ଗଛରେ ଫଳ 

ନିଃସର୍ତ୍ତ ଵିଧାତା ରଖିଛି ସକଳ. ।


Rate this content
Log in

More oriya poem from Sunanda Mohanty

Similar oriya poem from Classics