STORYMIRROR

MADHU MITA

Classics Inspirational

4  

MADHU MITA

Classics Inspirational

ଆସ ଜଗନ୍ନାଥ

ଆସ ଜଗନ୍ନାଥ

1 min
48

ଆସ ଜଗନ୍ନାଥ... ..

...............

ଜାଣିଛ...

ତମକୁ ଜର କାହିଁକି ହୁଏ..??

କାହିଁକି ତୁମ ଆଖି ଧରେ..

ଆଉ କାହିଁକି ତୁମ ରଙ୍ଗ ଅଧର..

କିଛି ସମୟ ହସିବାକୁ ଭୁଲି ଯାଏ..!!??


ଜର ହବନି.??

ତୁମେ ତ ସମସ୍ତଙ୍କ ରୋଗ ନେଇଯାଅ..

କେତେ ରୋଗୀ ତୁମକୁ ସମର୍ପି ଯନ୍ତ୍ରଣା..

ସୁସ୍ଥ ହୋଇ ପ୍ରଫୁଲ୍ଲ ହୋଇ ଫେରି ଯାଆନ୍ତି..

ସେ ସବୁ ଯେ ତୁମେ ନିଜେ ହିଁ ନେଉଛ..!!!!


ଆଖି ତ ଧରିବ ନା..

ଏତେ ଅଶ୍ରୁ ବୁହାଇ ଯାଆନ୍ତି ଭକତ..

କେତେ ଆଖି ଯେ ତୁମ ଆଖିରେ ଲାଖି ଯାଏ..

ଆଉ ସେ ସବୁ ଚାହାଣୀ ରେ ଯେତେ ଭାବ ଥାଏ...

ସେ ସବୁ ପରା ଚକା ଆଖିରେ ଦେଖୁଛ....!!!


ହସ ତ ଲିଭିବ ନା..

ଯେଉଁ ଦୁନିଆ ନିଜ ହାତରେ ରଚିଛ..

ସେଠି ସ୍ବାର୍ଥ ଦ୍ୱେଷ ଅହଙ୍କାର ବି ଦେଖୁଛ..

ସୁନ୍ଦର ସୃଷ୍ଟିର ବିଲୟ ପ୍ରମାଣ..

ତା ର ସାକ୍ଷୀ ବି ତୁମେ ହିଁ ହେଉଛ...!!!


ନା..ନା...

ଆଉ ତୁମେ କଷ୍ଟ ପାଅନି ସାଆନ୍ତେ...

ଜଗତ କର୍ତ୍ତା ବୋଲି..ଦୁଃଖ କଷ୍ଟ ତୁମେ ନିଅ..

କିନ୍ତୁ ତୁମେ ନ ହସିଲେ..ଦୁନିଆ କାନ୍ଦୁଛି..

ଏତିକି ତ ତୁମେ.. ନିଶ୍ଚୟ ବୁଝି ପାରୁଛ..!!!


ଆସ..ଆସ ଜଗନ୍ନାଥ...

ପୁଣି ଚକା ନୟନ ବିସ୍ତାରି ତ ଦେଖ..

ଆଜି ବି ସ୍ନେହ ପ୍ରେମ ଦୟା ଭାବ ବଞ୍ଚିଛି..

ତୁମ ସନ୍ତାନ ଖୁସି ରେ ଅଛି..ପବିତ୍ରତା ଆଜି ବି ରହିଛି..

ନବ ଯୌବନ ଦେଖାଇ..ଅଧରେ ହସ ଖେଳେଇ..ଆସ...

ତୁମ ରଥ ବିଶ୍ୱାସେ ସଜେଇ.. ସାରା ଜଗତ..

କେବଳ ତୁମ ଅପେକ୍ଷାରେ ହିଁ ରହିଛି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics