କୋଡିଏ ଶହ କୋଡିଏର, ରଥଯାତ୍ରା
କୋଡିଏ ଶହ କୋଡିଏର, ରଥଯାତ୍ରା


ସବୁ ମତବାଦକୁ ନିମିଷକେ କରି ଦେଇ ଖଣ୍ଡନ,
ଆସିଗଲ ଶେଷେ ଏ ଧରା ଧାମକୁ ହେ ବିଶ୍ଵମୋହନ !
ଉତ୍କଣ୍ଠେ ଚାହିଁ ବସିଥିବା ଭକ୍ତଙ୍କୁ ଦବା ପାଇଁ ଦର୍ଶନ,
କେତେ ତୃଷାର୍ତ୍ତ ନୟନକୁ କରିଦେଲ ଧନ୍ୟ l
ନିଜ ଇଚ୍ଛା ମତେ ସବୁ ହୋଇଗଲା ଆୟୋଜନ l
ସମାଦରେ ସବୁ ଭକ୍ତଙ୍କୁ ଦେଇ ସମାନ ସମ୍ମାନ,
ରାଜରାସ୍ତାକୁ ଓଲ୍ହେଇ ଆସିଲ ଛାଡି ନିଜ ସଦନ,
ସବୁରି ମନବାଞ୍ଛାକୁ ଅବିଳମ୍ବେ କରିବାକୁ ପରିପୂର୍ଣ l
ମହାବିପଦକୁ ଭ୍ରୂକ୍ଷେପ ନକରିବାକୁ ଇଙ୍ଗିତ ଦେଇ,
‘କରୋନା’ ହାତରେ ସହଜେ ଧରା ନଦେଇ l
ସବୁ ବୃଥା କଳ୍ପନା ଜଳ୍ପନାକୁ ପଛରେ ପକାଇ,
ଦର୍ଶନଦେବାକୁ ଆସିଲ ଏପରି ରୂପେ ଆଗେଇ l
ଭକ୍ତର ସୁରକ୍ଷା ପାଇଁକି ସେମାନଙ୍କୁ ରଖିଲ ଦୂରେଇ
ଏକା ଏକା ରଥ ତୁମ ବଡ଼ ଦାଣ୍ଡେ ନେଲ ଗଡ଼େଇ
ସଂସାର ଦେଖିଲା ତୁମ ବିଚିତ୍ର ଲୀଳା, ହେ ସାଇଁ
ସ୍ତବ୍ଧ ଏଇ ମଣିଷ ଆଶ୍ଚର୍ଯ୍ୟେ କେବଳ ରହିଲା ଚାହିଁ l
ସବୁ ବିପଦରେ ଅଛ ତୁମେ ରକ୍ଷା କରିବା ପାଇଁ l
ଆଶ୍ଵସ୍ତି ଦେଇଗଲ, ବିଜୟ ଧ୍ଵଜା ତୁମ ଦେଇ ଉଡାଇ l
ଦୟାର ସାଗର ବୋଲି, ପୂର୍ବୁ ଲକ୍ଷେ ପ୍ରମାଣ ଥାଇ
ଭକ୍ତ ଆଶଙ୍କା ଦୂରେଇବାକୁ, ଆଉ ଥରେ ପ୍ରମାଣ ଗଲଦେଇ l