ଭାବ ଜନ୍ମଜନ୍ମାନ୍ତର
ଭାବ ଜନ୍ମଜନ୍ମାନ୍ତର


ନାହିଁ ମୋର ଡର ନାହିଁ ମୋର ଭୟ
ଧରିଛି ମୁଁ କୃପାମୟ
ଧରିଥିବି ନିତି କୋଳରେ ଏମିତି
ଆସିଲେ ଆସୁ ପ୍ରଳୟ ॥
ନଶ୍ବର ଶରୀର ଆତ୍ମା ତ ଅକ୍ଷର
ମାରି ପାରେ ମୋତେ କିଏ
କାଳିଆର ଅଂଶ ପରମାତ୍ମା ବଂଶ
ଚିରନ୍ତନ ସତ୍ୟ ଇଏ ॥
ମୁହିଁ ତ ତୋହର ତୁହି ତ ମୋହର
ଭାବ ଜନ୍ମଜନ୍ମାନ୍ତର
ତୁହି ମୋର ପ୍ରଭୁ ମୁହିଁ ତୋର ଦାସ
ସେବା ମୋର ଅଧିକାର ॥
ସେବି ସେବି ମୁହିଁ ତୃପତ ହୋଇବି
ଦେଖି ତୋ ଚନ୍ଦ୍ରବଦନ
କରୁଣାରୁ କେବେ କରିବୁନି ଉଣା
ଆହେ କରୁଣା ନିଦାନ ॥