STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ଅବତାର

ଅବତାର

1 min
179


ଜଗନ୍ନାଥ ତୁମେ ତ 

ସନ୍ଦେହର ବହୁ ଉର୍ଦ୍ଧରେ 

ତ ଅଛ କେଉଁଠି କୁହ ଥରେ 

ତୁଳସୀ ରେ ନା ଚନ୍ଦନରେ 

ପତ୍ରରେ ନା ଫୁଲ ନା ଫଳରେ 

ହେ ଜଗତର ନାଥ ଜଗନ୍ନାଥ 

ତୁମ ଅନ୍ତ ଓ ଆରମ୍ଭ କେଉଁଠି 

ଆକାର ନା ନିରାକାର ନା ସାକାର 

ତୁମେ ନବଗ୍ରହ ର ପ୍ରତୀକ 

ଗ୍ରହରୂପୀ ଜନାର୍ଦ୍ଦନ 

ଦୁର୍ବଳର ବଳ ନିର୍ଦ୍ଦନର ଧନ 

ଜଗନ୍ନାଥ ତୁମେ କି 

ସନ୍ଦେହର ପରିସରଭୁକ୍ତ 

ତୁମେ ତ ଅଟ୍ଟହାସ୍ୟ ଅପ୍ରକାଶ୍ୟ 

ଅବିଶ୍ୱାସ ପରିହାସ ଉର୍ଦ୍ଧରେ 

ଯେଉଁମାନେ ଯୁକ୍ତି କରନ୍ତି 

ପରୀ ଭଳି ଅନେକ ନିଷ୍ପାପ 

କଳୀକାକୁ ବଳି ଚଢାନ୍ତି 

ହେଲେ ଜଗନ୍ନାଥ ସବୁ ଜାଣନ୍ତି 

କ୍ଷୁଦ୍ରତର ଅପରାଧ ପାଇଁ 

ବୃହତ୍ତର ଦଣ୍ଡ ଖଂଜିଛନ୍ତି 

କିଛି ନଜାଣିଲା ପରି 

ଚକାଆଖି ପାପୀରା ପାପରେ

 ଅନ୍ୱେଷଣରେ କଳ୍କୀ ଅବତାରେ


Rate this content
Log in

Similar oriya poem from Classics