STORYMIRROR

Ajit Kumar Raut

Classics

3  

Ajit Kumar Raut

Classics

ସମୁଦ୍ର

ସମୁଦ୍ର

1 min
232


ଗଭୀର ସମୁଦ୍ର କଳନା ନହୁଏ

ପ୍ରଭୂଙ୍କ ଭିଆଣ ଏହି

ବିଭିନ୍ନ ନାମରେ ପ୍ରଚଳିତ ଏହା

ସାଗର କହନ୍ତି କେହି।୧।

ରତ୍ନାକର ସିନ୍ଧୁ ବାରିଧି ଜଳଧି

ପାରାବାର ନାମ ତାର

ପୟୋଧି ଉଦଧି ନଦୀଶ ନାମଟି

ନାମ ଅଟୋଇ ଭି ତାର।୨।

ଦଶ ଗୁଣ ଭାର ଧରିତ୍ରୀ ଠାରୁଟି

ଧୁଳି ବରାବର ନାହିଁ

କମଳା ସମାନ ସୂର୍ଯ୍ୟ ଦେଖା ଯାଏ

ପ୍ରଭୁଙ୍କ ଭିଆଣ ଯହିଁ।୩।

ଏହି ଭୁମଣ୍ଡଳେ ଚତ୍ରୁଦୀଗ ଜଳ

ମାତ୍ର ଏକ ଭାଗ ଭୂମି

ଅପୁର୍ବ ମହିମା ଅପୁର୍ବ ରଚନା

କରିଛନ୍ତି ଅନ୍ତର୍ଯାମୀ।୪।

ସମୁଦ୍ର ମହିମା ଅପୁର୍ବ ମହିମା

କାହିଁ କିଛିଟି ନ ନିଏ

ଯାହା ଦେଉ ଥାଅ ଫିଙ୍ଗି ଦେଉ ଥାଏ

ଜଗତକୁ ଶିକ୍ଷା ଦିଏ।୫।

ଗଭୀର ସମୁଦ୍ର କଳନା ନହୁଏ

ପ୍ରଭୁଙ୍କ ଭିଆଣ ଏହି

ବିଭିନ୍ନ ନାମରେ ପ୍ରଚଳିତ ଏହା

ସାଗର କହନ୍ତି କେହି।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics