ମୃତ୍ୟୁ
ମୃତ୍ୟୁ
ଜନମ ହୋଇଲେ ମୃତ୍ୟୁ ସୁନିଶ୍ଚିତ
ଏ ତ ଅଟେ ମହାସତ୍ୟ,
ଜନମ ପଛରେ ଧାଇଁଁ ଆସୁୁଥାଏ
ମୃତ୍ୟୁ ସାଜି ଯମ ଦତ୍ୟ ।
ମାନବ ହେଉ କି ହେଉ ସେ ଦେବତା
ମୃତ୍ୟୁ ତ ଆସିବ ଦିନେ,
କିଏ ଭଲା ତାକୁ ପାରିବ ଟାଲି
ସଭିଏଁ ତ ତା' ଅଧୀନେ ।
ମୃତ୍ୟୁ ଦେଖେ ନାହିଁ ସାନ ବଡ କେବେ
କିଏ ନିଜ କିଏ ପର,
କାଳ ପୂରିଗଲେ ଆସିିବ ସେ ମାଡି
ନ କରି ବାଛ ବିଚାର ।
ବାଛି ନେବ କଞ୍ଚା ରଖି ସେ ପାଚିଲା
ନେଇ ଯିବ ଟାଣି ଟାଣି,
ତଥାପି ସଭିଏଁ ପଡନ୍ତି ମାୟାରେ
ଏ ଅପ୍ରିୟ ସତ୍ୟ ଜାଣି ।
ଜନମ ହୋଇଲା କ୍ଷଣି ହିିଁ ଆୟୁଷ
ଧିରେ ଧିରେ ଯାଏ ସରିି,
କାଳ ପୂରିିିଗଲେ ପ୍ରାଣୀ ଯେ ଅଗତ୍ୟା
ମୃତ୍ୟୁକୁ ନିିିଅଇ ବରି ।
ପୂଣ୍ୟ କର୍ମ ବଳେ ମହାକାଳ ମୃତ୍ୟୁ
ହୋଇଥାଏ ପରାଜିତ,
ଇନ୍ଦ୍ରିୟ ସଞ୍ଜମେ ପାର୍ଥୀବ ମନୁଷ୍ୟ
ହୋଇଯାଏ ଇନ୍ଦ୍ରଜିତ ।
ସାଧୁ,ସନ୍ଥ,ଜ୍ଞାନୀ ମନରେ ନଥାଏ
ଜନମ ମୃତ୍ୟୁର ଡର,
ତାଙ୍କ ତପ ବଳେ ସ୍ୱୟଂ ଯମଦଣ୍ଡ
ହୋଇଯାଏ ଥରହର ।
