ଅନୁତାପ
ଅନୁତାପ
ଭୁଲ ସ୍ଵୀକାରର ସିଏ ଆତ୍ମସମର୍ପଣ,
କ୍ଷମା ପ୍ରାର୍ଥନାର ସିିିଏ ସମର୍ପିତ ମନ ।
ହୃଦୟର ବହ୍ନିି ସିଏ ଜଳୁୁୁଥାଏ ନିତି,
କିଛି କ୍ଷଣ ପାଇଁ କି ସେ ଭ୍ରମ ହୁଏ ମତି ।
ଆତ୍ମସମୀକ୍ଷାର ଏକ ଅନ୍ତର ବେଦନା,
ଅନୁଶୋଚନାର ଅଟଇ ଦିବ୍ୟଚେତନା ।
ଦୁଃଖ ପ୍ରକାଶର ଅଟେ ଯେ ଆତ୍ମଚିନ୍ତନ,
ପ୍ରାୟଶ୍ଚିତ କରିିିବାର ଏକ ନିବେଦନ ।
ଶୁଦ୍ଧ ଅନ୍ତଃକରଣର ଅଟେ ପ୍ରତିଶୃତି,
ତୃଟି ମାର୍ଜନାର ସିଏ ପୂର୍ଣ୍ଣ ସହମତି ।
ଜୀବନପୁୁସ୍ତକର ସେ ଏକ ମାନସାଙ୍କ,
ଜୀବନପଥରେ ସେ ଏକ ବୁଲାଣୀ ବାଙ୍କ ।
ଅନୁତାପ ବଳରେ ଯେ ମନ ଶୁଦ୍ଧ ହୁଏ,
ଜୀବନର ମାର୍ଗ ପୁୁୁନର୍ବାର ଫିଟିଯାଏ ।