Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଅନୁତାପ

ଅନୁତାପ

1 min
342



ସୂର୍ଯ୍ୟ କହୁଛି ଅଧିକ କିରଣ ଅଧିକ ଆଲୋକ ଦେବି,

ତାପ ତ ରହିବ ସହିବାକୁ ହେବ ସଞ୍ଜକୁ ନରମ ହେବି ।


ପ୍ରତ୍ୟେକ କର୍ମରେ ସଫଳତା ଆଉ ବିଫଳତା ମିଶିଥାଏ,

ବୁଝି ବିଚାରି ଯେ କର୍ମ କରୁଥାଏ ସିଏ ନିଶ୍ଚିନ୍ତରେ ରହେ ।


ପଶ୍ଚାତାପ ପୁଣି ଅନୁତାପ ଭଳି ଦୁଃଖ ରାହେନାହିଁ ତା'ର,

ପରିଣତିକୁ ଯେ ଦେଖିପାରେ ସିଏ ତା' ମନେ ନଥାଏ ଡର ।


କିଛି ଭଲକର୍ମ କରୁଥିଲେ ତାହା ବେଳେବେଳେ ଭେଲ ହୁଏ,

ମନ ଓ ବିଚାର ଶୁଦ୍ଧଥିବ ଯଦି ଅନୁତାପ ବି ନଥାଏ ।


ନିଜସ୍ଵାର୍ଥରେ ଯେ ଲିପ୍ତ ରହିଥାଏ ପାଇବାର ଆଶା ରଖି,

ସାମାନ୍ୟ କ୍ଷତିରେ ଅନୁତାପ କରେ ପାଖକୁ ଦୁଃଖକୁ ଡାକି ।


ପ୍ରେମର ପ୍ରତ୍ୟାଶା ସୁଖଲାଭ ଆଶା ପୂରଣ ହୋଇ ନପାରେ,

ବାଦଲ ଫାଙ୍କରୁ ବିଜୁଳି ପରାଏ କ୍ଷଣିକରେ ଯାଏ ଦୂରେ ।


ଦୟା ଦାନ କ୍ଷମା ତ୍ୟାଗ କରିଥିଲେ କୃତଜ୍ଞତା ମିଳେନାହିଁ,

କୃତଜ୍ଞ ମଣିଷ ଭୁଲିଯାଏ ସିନା ଆମେ ଝୁରୁ ସେଥିପାଇଁ ।


ଅନୁତାପ କଲେ ଭଲକର୍ମ ପାଇଁ ରୁଗଣ ହୋଇଯିବ ମନ,

କୃତଜ୍ଞ ମଣିଷ ଅନୁତାପ କଲେ ବଢିଥାଏ ତା'ର ମାନ ।


ନିଜ ଦୋଷ ତ୍ରୁଟିପାଇଁ କ୍ଷମାପ୍ରାର୍ଥୀ ହୋଇବା ମହତ ଗୁଣ,

ଅନୁତାପ କରି ନିଜକୁ ସୁଧାରି ମନକୁ କରିବା ଟାଣ ।


ଅନୁତାପ କରି ନିଷ୍କ୍ରିୟ ହୋଇଲେ ଫଳିବ ଓଲଟା ଫଳ,

ଅନୁତାପ ବିନା ମୁକ୍ତିପାଇଁ ସଦା ଆତ୍ମା ହୋଇବ ବିକଳ ।


ଅନୁତାପ ସିନା ଜାଳି ସାରିଦିଏ ଅପରାଧ ଚେରମୂଳ,

ଆମ ତନୁ-ମନ ଶୁଦ୍ଧ ହୋଇଯାଏ ମନେ ଭରିଦିଏ ବଳ ।


କ୍ରୋଧ ଦୁଃଖ ତାପ ଅନୁସରି ମନ ସୁଖକୁ ପଛେ ପକାଏ,

ଭୟ ତ ଗୋଡ଼ାଏ ମିଥ୍ୟା ଢାଙ୍କୁଥାଏ ଅଭିନୟ ଆଶ୍ରା ଦିଏ ।


ଦୋଷୀ ମୁହଁ ଟାଣ ଭିତର ବରଫ ମାନେନାହିଁ ନିଜଦୋଷ,

ବିବେକ ନିସ୍ତେଜ ହୋଇଯାଏ ତା'ର ମୁହଁରେ ନଥାଏ ହସ ।


ଅନୁତାପ ଦୋଷୀ ତାପକୁ ହରାଇ ଶୀତଳ କରେ ମନକୁ,

ସୁଧାରେ ଜୀବନ ଶାନ୍ତିପାଏ ଆତ୍ମା ବିବେକ ନିଏ ଆଗକୁ ।

 



Rate this content
Log in

Similar oriya poem from Classics