ଗୁରୁ
ଗୁରୁ
ଜ୍ଞାନର ଆଲୋକ ହୋଇ
ଅନ୍ଧାର ଗଳିରେ ମୋର
କରି ପଥ ପରିଷ୍କାର
ଉତ୍ସ ହୁଅ ପ୍ରେରଣା ର ।
ଅଂଶ ହୋଇ ଜୀବନ ର
ଆଦର୍ଶ ପାଥେୟ କରି
ଭକ୍ତି ରସାଣିତ ମନେ
କଟି ଯାଉ ଦିନ ମୋର ।
ଗୁରୁ ଦିବସରେ ଏହି
ପବିତ୍ର ପୂଣ୍ୟ ବେଳାରେ
ମାର୍ଗ ଦର୍ଶକ ହୋଇ
ଦିଅ ଜ୍ୟୋତି ର ଆଲୋକ ।
ତୁମେ ମୋ ପରମେଶ୍ବର
ହେ ପ୍ରିୟ ମୋ ଗୁରୁବାର ।।
