STORYMIRROR

Sanjukta Padhi

Fantasy

4  

Sanjukta Padhi

Fantasy

ସବୁ ତ ମନା

ସବୁ ତ ମନା

1 min
324

ସବୁ ତ ମନା

     

ହେ କଳା ସାଆନ୍ତେ

କିଆଁ କଲ ଏମନ୍ତ

ଖୋଲା ଦରଶନ ତୁମ

ପାଇବ ନାହିଁ ଜଗତ ।

ଥିବ ତୁମ ସବୁ ଥାଟ

ଭକତ ପାଇଁ ଆକଟ

ବଡ଼ ଦାଣ୍ଡରେ ତୁମ

ଗଡ଼ି ଚାଲିବ ରଥ

ଦେଖିବାକୁ ମନା କାଳେ !

ଭକ୍ତ ମନ ଉଚ୍ଚାଟ

ତୁମ ସୁବର୍ଣ୍ଣ ପାଟ

ଚନ୍ଦନ ଟିପା ଲଲାଟ

ହେଲେ ଅନ୍ତରେ କୁଟ

କରୋନା କୁ ନେଲ କୋଳେଇ

ଅତିଥି କଲ ମନ ଵଳାଇ

ଆମ ପାଇଁ ତିଳେ ତୁମ

ମନେ ଦୟା ଭାବ ନାହିଁ

ମିଛେ ବୋଲାଉଛ ଖାଲି

ଜଗତ ର ଗୋସ୍ଵାମୀ ।

ଛାତରୁ ଉଣ୍ଡିବା ମନା

ଝରକା ଖୋଲିବା ମନା

ବଡ଼ଦାଣ୍ଡ ରେ କଟକଣା

ତୁମ ସରସ ସୁବେଶ

ଦର୍ଶନେ ଲଭୁ ଥିଲୁ ପୀୟୂଷ

ଦିବ୍ୟ ଚେତନା ର ପୁଲକ

ଭରୁଥିଲ ଜ୍ଞାନ ଆଲୋକ

କେମିତି ରଖିବୁ ଭାବ

ଜାଣିଶୁଣି କର ଅଭାଵ

ବିଚିତ୍ର ତୁମ୍ଭ ଲୀଳା

ଭକ୍ତଙ୍କୁ କରୁଛ ହେଳା

ନିଶ୍ଚୟ ବୁଡିବ ଆମ ମେଳା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy