STORYMIRROR

Sanjukta Padhi

Inspirational

3  

Sanjukta Padhi

Inspirational

ଆ ମୋ ଧନ

ଆ ମୋ ଧନ

1 min
233

 

ଆଉ ଦେଖୁନି ମୁଁ ଟିଭି

ଧରୁନି ମୋବାଇଲ ଫୋନ

ଶୁଣିପାରିବି ନାହିଁ ଆଉ

ଗଲାଣି କେତେ ଜୀବନ

ରାତି ସକ ସକ

ଦିନ ଚକ ଚକ

ମରି ଗଲାଣି ଲୋ ମୋ

ଖାଇବା ସଉକ

ତେଲ ନଦୀ ପାଣି

ଉଛୁଳି ବହୁଛି

କେନାଲରେ ଆମ

ମାଛ ଭାସୁଛି

ବିଲରେ ଦେଖିବୁ

ଧାନ କେଣ୍ଡା କେଣ୍ଡା

ବଣ ମୂଲକରେ

ଗୋଛା ଗୋଛା କାଠ

ଆଫେରିଆଧନ

ଖୋଜେ ମୋ ପରାଣ

ତୋ ବିନା ସବୁ ଲାଗେ

ଆଜି ଅଲଣା ଅଲଣା

ତୁ ପରା ମୋ ଜୀବନ

ସନା ବୋଉ ଗଲା

ମୂରଲୀ ବି ମଲା

ହନ୍ତସନ୍ତ ହେଲା ମାଳ

ଝୋପଡ୍ ପଟିକୁ

କିଏ ବା ପଚାରେ

ମହଲ ସବୁକୁ କାଳ

କୋଉଠୁ ଆସିଲା ଏ

ଘୋର ବାତିଆ ଲୋ

କିମିଆ ଦାଉ ସାଧିଲା

ଗାଈ ପଲ ଗଲେ

ବଳଦ ସବୁ ଭାଷିଲେ

ଧନ ଜୀବନ ବି କ୍ଷୟ

ଦାଦନ ଏଣିକି ମାଲିକ

ମାଛ ଶୁଖୁଆ ରେ ଲାଭ

ମଧ୍ୟବିତ୍ତ ସବୁ ଦାଉ ରେ

ଫେରିଆ ମୋ ବାବୁରେ

ଏଇଠି କରିବୁ ବେପାର

ପାଇବୁ ସୁଖ ଅପାର

ସେଇଠି ହୋଇ ଦାଦନ

ଯେତେ କର ତୁ ଅର୍ଜନ

ଆ ଫେରିଆ ମୋ ସୁନା

ଏଇଠି ଲଗା ତୋ ମନ

ଧରିବୁ ହଳ ନଙ୍ଗଳ

ଚାଷ ଆମ ବଡ଼ ବଳ

ଚାଷୀ ଟିଏ ହୋଇ

ଜଗତରେ ପରା ତୁହି

ଅର୍ଥନୀତି କରି ସୁଦୃଢ

ଵଢେଇବୁ ମାନ ରାଜ୍ୟ ର

ଡାକେ ଆଜି ଭିଟାମାଟି ମାଁ

ଅକାଳ ଚଡକ ପଡୁଛି ରେ

ବାବୁ ଆ ତୁ ଫେରିଆ ରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational