STORYMIRROR

Sanjukta Padhi

Tragedy

3  

Sanjukta Padhi

Tragedy

କରୋନା

କରୋନା

1 min
242


ଧନ୍ୟବାଦ ଆରେ କରୋନା

କେବେ ଯିବୁ ଫେରି ଚାଇନା

ଗୋଟିଏ ତ ଭଲ କାମ କରିଲୁ

ପରିବାର ଟିକୁ ମିଳେଇ ଦେଲୁ

ଆହୁରି ଟିକିଏ ଧର୍ମ କରିଦେ

ସଂକ୍ରମଣ ରୁ ଦୂରେଇ ଦେ

ନାଁ ରେ ତୋର ଏତେ ବିଷ

ସାରା ଜଗତକୁ କଲୁ କଳୁଷ

ସୃଷ୍ଟିର ଅଧାକୁ କରିଲୁ ନାଶ

ତଥାପି ପୁରୁନି ତୋହରି ଗ୍ରାସ

ବାପକୁ ଛାଡିଲୁ ପୁଅ ଖାଇଲୁ

ମାଁ ପେଟର ଦାନା ମାରିଲୁ

ବାଳୁତ ପିଲାଙ୍କୁ ଅନାଥ କଲୁ

ମଢା ସାଙ୍ଗିଆ ନ ହେଲା ନାହିଁ

ମୁଖାଗ୍ନୀ ଦେବାକୁ ବାରଣ କଲୁ

ଅସହ୍ୟ ହେଲାଣି ତୋ ଗଞ୍ଜଣା

ଫୁଲି ମରି ଲେଣି ଚିଲ ଶାଗୁଣା

ଦେଶରେ ଚାଲିଛି ତାଲାବନ୍ଦ

ଶାସନରେ ହୁଏ କଟକଣା

ମାଁ ର ମରଣ କଥା କୁ ଜାଣି

ତଥାପି ଝିଅ ଯାଇ ପାରୁନି

ସାରା ବିଶ୍ବରେ କଲୁ ହଇଚଇ

ଆସିଛୁ ବୋଧେ ସୃଷ୍ଟି ନାଶ ପାଇଁ

ଅବଶ୍ୟ କିଛି ତ ଭଲ କରିଛୁ

ଖଟି ଖାଇବାକୁ ନିଜ ମୂଲକରେ

ଲୋକଙ୍କ ଭିତରେ ଚେତାଇଛୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy